ଆଇଆଇଟି ର ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ

ଭୁବନେଶ୍ୱର IIT କ୍ୟାମ୍ପସ୍ ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର।ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି।। ଛାତ୍ରୀ ଜଣଙ୍କ ବି.ଟେକ୍ ତୃତୀୟ ବର୍ଷ ପଢ଼ୁଥିଲେ । ହଷ୍ଟେଲ୍  ଛାତରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ସେଠାରେ  ଛାତ୍ରୀ ଜଣଙ୍କ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ରିତିକାଙ୍କୁ  ତତକ୍ଷଣାତ୍ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ସେନେଇ କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *