ଇଣ୍ଟରନେଟ ଯୁଗରେ ବି ପୁସ୍ତକର ରହିଛି ଚାହିଦା

Spread the love

ବୌଦ୍ଧ: ଆଜିର ଏହି ଇଣ୍ଟରନେଟ ଯୁଗରେ ବି ପୁସ୍ତକର ବେଶ ଚାହିଦା ରହିଛି। ବୌଦ୍ଧ କଚେରୀ ପଡ଼ିଆ ଠାରେ ଆୟୋଜିତ ସପ୍ତଦଶ ପୁସ୍ତକ ମେଳା ଉଦଯାପନୀ ସନ୍ଧ୍ୟାରେ ପୁସ୍ତକ ପ୍ରେମୀଙ୍କ ଭିଡ଼ରୁ ଏହା ପରିଲକ୍ଷିତ ହୋଇଛି । ୭୦ ରୁ ଉର୍ଦ୍ଧ୍ବ ପ୍ରକାଶନା ସଂସ୍ଥା ଏହି ମେଳାରେ ଯୋଗଦେଇଥିବା ବେଳେ ୮୦ ରୁ ଉର୍ଦ୍ଧ୍ବ ବହି ଷ୍ଟଲ ଖୋଲାଯାଇଛି।   ପୁସ୍ତକ କିଣାବିକା ସାଙ୍ଗକୁ ୩୦ ଉର୍ଦ୍ଧ୍ବ ଖାଦ୍ୟ ଷ୍ଟଲରେ ଚଟପଟି ଖାଦ୍ୟର ମଜା ନେଉଛନ୍ତି ପୁସ୍ତକ ପ୍ରେମୀ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ଲୋକଙ୍କୁ ଅଧିକ ରାତି ପର୍ଯ୍ୟନ୍ତ ବାନ୍ଧି ରଖିବାରେ ହୋଇଛି ସହାୟକ। 

ଆଧୁନିକ ଯୁଗରେ ବି କମିନି ପୁସ୍ତକର ଚାହିଦା । ପୁସ୍ତକ ପ୍ରେମୀଙ୍କୁ ଆକର୍ଷିତ କରୁଛି ପୁସ୍ତକ ମେଳା । ଦୀର୍ଘ ଦୁଇ ବର୍ଷ ପରେ ବୌଦ୍ଧ କଚେରୀ ପଡ଼ିଆରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ପୁସ୍ତକ ମେଳାରେ ବେଶ ଭିଡ଼ ଦେଖିବାକୁ ମିଳିଛି । ୬ ଦିନ ଧରି ଚାଲିଥିବା ଏହି ପୁସ୍ତକ ମେଳା ଉଦଯାପନୀ ସନ୍ଧ୍ୟାରେ ସକାଳ ପ୍ରକାଶକ ଅମିତ କୁମାର ମଲ୍ଲିକ, ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ, ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ ସମ୍ପାଦକ ଯୁଗଳ କିଶୋର ସାମଲ ଯୋଗ ଦେଇଥିଲେ। ଚଳିତ ବର୍ଷ ବାର୍ତାବହ ସମ୍ମାନରେ ସକାଳ ପ୍ରକାଶକ ଅମିତ ମଲ୍ଲିକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ସେହିଭଳି ବୌଦ୍ଧ ବାର୍ତାବହ ଓ ମେଘଦୂତ ନାମକ ୨ଟି ପୁସ୍ତକ ଉନ୍ମୋଚିତ ହୋଇଛି ।

ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ପୁସ୍ତକ ମେଳା ଆୟୋଜିତ ହେଉଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାର ପୁସ୍ତକ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ୭୦ ରୁ ଉର୍ଦ୍ଧ୍ବ ପ୍ରକାଶନ ସଂସ୍ଥା ଯୋଗଦେଇଥିବା ବେଳେ ୮୦ ରୁ ଉର୍ଦ୍ଧ୍ବ ବହି ଷ୍ଟଲ ଖୋଲାଯାଇଛି। ବହି କିଣାବିକା ସାଙ୍ଗକୁ ୩୦ ରୁ ଉର୍ଦ୍ଧ୍ବ ଖାଦ୍ୟ ଷ୍ଟଲରେ ମଜା ନେଉଛନ୍ତି ପୁସ୍ତକ ପ୍ରେମୀ। ପାଠକଙ୍କ ଆବଶ୍ୟକତା ଅନୁଯାଇ ଉଚିତ ରିହାତି ମୂଲ୍ୟରେ ପୁସ୍ତକ ମିଳୁଥିବା ନେଇ ବେଶ ଉତ୍ସାହିତ ଅଛନ୍ତି ପୁସ୍ତକ ପ୍ରେମୀ।

ଦୀର୍ଘ ଦିନପରେ ପୁସ୍ତକ ପ୍ରେମୀଙ୍କୁ ପୁସ୍ତକ କିଣିବା ସହ ମନୋରଞ୍ଜନର ସୁଯୋଗ ମିଳିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ପାଠକ।

 ପ୍ରି୍ୟବ୍ରତ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *