ଅଲେଖ ଧର୍ମ ବାବାଙ୍କ ନାଁରେ ଅଭିଯୋଗ

Spread the love

କେନ୍ଦ୍ରାପଡା: ଆତ୍ମ ଘୋଷିତ ବାବାଙ୍କ ନାମରେ ଥାନାରେ ଏତଲା। ଅଲେଖ ଧର୍ମର ବାବା କହୁଥିବା ଅଭୟା ନନ୍ଦ ଦାସଙ୍କ ନାମରେ ଦଳିତ ଅଟୋ ଡ୍ରାଇଭରଙ୍କୁ ଅସିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦବାକୁ ଧମକ ଦେଇଥିବା କେନ୍ଦ୍ରାପଡ଼ାର ଡେରାବିଶ ଥାନାରେ ଏତଲା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ରଘୁଦେଇପୁର ଗ୍ରାମରେ ବେଆଇନ ଭାବରେ ବିନା ଏନଓସି ରେ ଗୋଟିଏ ବେସରକାରୀ ଶିକ୍ଷାନୁଷ୍ଠାନ ଚଳାଇ ଆସୁଥିଲେ ବାବା ଅଭୟ ଦାସ। ସ୍କୁଲକୁ ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ଛଅଟି ଅଟୋକୁ ନିଯୁକ୍ତି କରିଥିଲେ। ଦୀର୍ଘଦିନ ହେବ ଅଟୋ ଚାଳକମାନେ ସେମାନଙ୍କ ଟଙ୍କା ନପାଇ ଆତ୍ମ ଘୋଷିତ ବାବାଙ୍କୁ ବକୟା ଟଙ୍କା ମାଗିଥିଲେ। ବକୟା ଟଙ୍କା ମାଗିବାରୁ ବାବା ଅଭୟାନନ୍ଦ ଟଙ୍କା ନଦେଇ ସେମାନଙ୍କୁ ଅସିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇଥିଲେ। ସେପଟେ ପୂର୍ବରୁ ବାବା ଅଭୟ ଦାସଙ୍କ ବିରୁଧରେ ଥାନାରେ ଜାଲିଆତି ସାଟିଫିକେଟ ପ୍ରଦାନ କରିବା ଓ ପିଲାମାମାଙ୍କୁ ଚାକିରୀ କରାଇଦେବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟର ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *