ରାସ୍ତା ପାଇଁ  ବାଧକ ସାଜିଛନ୍ତି ପୂର୍ବତନ ୱାର୍ଡ ସଭ୍ୟ

Spread the love

ଜଳେଶ୍ବର: ରାଜ୍ୟସରକାର ଗାଁକୁ ଭଲ ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଜଳେଶ୍ୱର ବ୍ଲକ ସମ୍ପତ୍ତିଆ ପଂଚାୟତ ଜଳକାପଡିଆ ଗାଁରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗାଁକୁ ଭଲ  ରାସ୍ତାଟିଏ ନଥିଲା ବେଳେ, ଏବେ ସ୍ଥାୟୀ ରାସ୍ତା ପାଇଁ  ବାଧକ ସାଜିଛନ୍ତି ପୂର୍ବତନ ୱାର୍ଡ ସଭ୍ୟ। ରାସ୍ତାଟି ନିଜ ପୈତୃକ ସମ୍ପତ୍ତିରେ ରହିଛି ବୋଲି କହି ସ୍ଥାୟୀ ପକ୍କା ରାସ୍ତାକୁ ବିରୋଧ କରୁଥିବା ଅଭିଯୋଗ ହୋଇଛି।

ଏ ହେଉଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ସମ୍ପତ୍ତିଆ ପଂଚାୟତର ଜଳକାପଡିଆ ଗାଁ । ଗାଁରେ ଦୁଇଟି ୱାର୍ଡ ଥିବାବେଳେ ଗାଁରେ ୧୫୦୦ରୁ ଅଧିକ ଲୋକ ବାସ କରନ୍ତି । ଏହି ଗାଁରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ ରାସ୍ତାଟି ମରାମତି ହୋଇ ନାହିଁ କି  ଏପରିକି ମାଟି ମଧ୍ୟ ପଡ଼ିନାହିଁ । ଫଳରେ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ପଂଚାୟତ ତରଫରୁ ୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମଂଜୁର ହୋଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ କାମରେ ବାଧକ ସାଜିଛନ୍ତି ପୂର୍ବତନ ୱାର୍ଡ ସଭ୍ୟ ।

ରାସ୍ତାକାମକୁ ବିରୋଧ କରିବା ସହ ଉକ୍ତ ରାସ୍ତାଟି ତାଙ୍କ ପୈତୃକ ସମ୍ପତ୍ତି ବୋଲି ଦାବି କରୁଛନ୍ତି ପୂର୍ବତନ ୱାର୍ଡ ସଭ୍ୟ ଏବଂ ତାଙ୍କ ପରିବାରଲୋକେ। ପୂର୍ବତନ ୱାର୍ଡ ସଭ୍ୟ ଏବଂ ତାଙ୍କ ପରିବାରର ଆକ୍ରଶର ଶିକାର ହେଉଛନ୍ତି ଗ୍ରାମବାସୀ । ସମସ୍ୟାର ସମାଧାନ ସହିତ ସ୍ଥାୟୀ ରାସ୍ତା ଯୋଗେଇ ଦେବାକୁ ବାଲେଶ୍ୱର ଜିଲ୍ଲାପାଳ ,ଜଳେଶ୍ୱର ତହସିଲଦାରଙ୍କୁ ଜଣାଇଥିଲେ କିଛି ଲାଭ ମିଳିପାରି ନାହିଁ । ଖୁବଶୀଘ୍ର ଭଲ ସ୍ଥାୟୀ ରାସ୍ତାଟିଏ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସେପଟେ  ସରପଞ୍ଚ ସୁଶାନ୍ତ ପ୍ରଧାନ ଜଳେଶ୍ୱର ତହସିଲଦାରଙ୍କ ସହିତ ଆଲୋଚନା କରି ଏକ ସପ୍ତାହ ମଧ୍ୟରେ  ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କୁ ଏକ ସ୍ଥାୟୀ ରାସ୍ତା ଯୋଗେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ କେବେ ସମସ୍ୟାର ସମାଧାନ ହେବ ତାକୁ ହିଁ ଅପେକ୍ଷା ।

ପ୍ରଦୀପ କୁମାର ଜେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *