ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ଶ୍ରୀ ଭୂୟାଁଙ୍କର ଘର, ଅଫିସ ଓ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା । ଯନ୍ତ୍ରୀ ଶ୍ରୀ ଭୂୟାଁ ଆୟଠାରୁ ଢେର ଅଧିକ ସମ୍ପତି ଠୁଳ କରିଥିବା ନେଇ ଅଭିଯୋଗ ହେବା ଭିଜିଲାନସର ତିନୋଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରି ଶ୍ରୀ ଭୂୟାଁଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଜବତ କରିଛି । ତାଙ୍କର ୧୮୩ % ଆୟ ବହିର୍ଭୂତ ସମ୍ପତି ବଢିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ସୋମବାର ଦିନ ଚଢଉ ବେଳେ ଭୁବନେଶ୍ୱରରେ ୩୫୭୨ ବର୍ଗଫୁଟ୍ ର ଦୁଇ ମହଲା କୋଠା, ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ୭ଟି ମୂଲ୍ୟବାନ ପ୍ଲଟ୍, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଅଳଙ୍କାର, କ୍ରିପ୍ଟୋ କରେନସିରେ ବିନିଯୋଗ, ୧୩ଲକ୍ଷ ୪୦ ହଜାର ଟଙ୍କା ଡଷ୍ଟର କାର ଓ ଦୁଇ ଚକିଆ ଗାଡ଼ି, ୧୧ ଲକ୍ଷ ୭୩ ହଜାର ଟଙ୍କାର ନଗଦ ଟଙ୍କା, ବମିଖାଲ ଭୁବନେଶ୍ୱରରେ ସଂପର୍କୀୟଙ୍କ ନାମରେ ଥିବା ପ୍ଲଟ୍, ପୁଅ ଝିଅଙ୍କ ପଢା ବାବଦରେ ୧ କୋଟି ଟଙ୍କା ଖର୍ଚ୍ଚ ସଂପର୍କିତ ତଥ୍ୟ ହସ୍ତଗତ ହୋଇଛି । ଚଢାଉ ବେଳେ ତାଙ୍କ ଘରୁ ହୀରାର ହାର ମଧ୍ୟ ଠାବ ହୋଇଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now