ସି ଫୁଡ୍ କମ୍ପାନୀ ଫାଲକନ୍ ମେରାଇନ ଏକ୍ସପର୍ଟସ କମ୍ପାନୀରେ ଆୟକର ବିଭାଗର ଚଢ଼ଉ

Spread the love

ଭୁବନେଶ୍ଵର : ସି ଫୁଡ୍ କମ୍ପାନୀ ଫାଲକନ୍ ମେରାଇନ ଏକ୍ସପର୍ଟସ ଲିମିଟେଡ କମ୍ପାନୀରେ ଆଜି ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ଏହାର ଅନ୍ୟ ଗ୍ରୁପ କମ୍ପାନୀ ଗୁଡିକ ଉପରେ ମଧ୍ୟ ଏହି ଚଢ଼ଉ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି । ଏହାର ମାଲିକଙ୍କ ଭୁବନେଶ୍ଵର ଟଙ୍କପାଣି ରୋଡ଼ ସ୍ଥିତ ବାସଭବନ । ଭୁବନେଶ୍ଵର ବମିଖାଲ ସ୍ଥିତ କାର୍ଯ୍ୟାଳୟ ଏବଂ ପଟିଆ, ମଂଚେଶ୍ଵର, ବାଲେଶ୍ଵର ସ୍ଥିତ ଫ୍ୟାକ୍ଟ୍ରି ଓ କାର୍ଯ୍ୟାଳୟରେ ଏକକାଳୀନ ଏହି ଚଢ଼ଉ କରାଯାଇଛି । ସକାଳ ୬ଟା ଠାରୁ ଚଢ଼ଉ ଜାରୀ ରହିଛି । ଏହି ଚଢ଼ଉରେ ୨୦ଟି ଟିମ୍ ସାମିଲ୍ ହୋଇଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *