ଯଶିପୁର ଠାରେ ଖୋଲିଲା ‘ମାଇଁ ଇକୋ ଏନର୍ଜି’ ଇଣ୍ଡିଜେଲ ତୈଳ କେନ୍ଦ୍ର

ଭୁବନେଶ୍ବର: ଓଡିଶାରେ ‘ମାଇଁ ଇକୋ ଏନର୍ଜି’ ତରଫରୁ ଦ୍ଵିତୀୟ ଇଣ୍ଡିଜେଲ ତୈଳ କେନ୍ଦ୍ର ଖୋଲା ଗଲା. ଏହି ତୈଳ କେନ୍ଦ୍ର ଯଶିପୁର ବ୍ଲକ ଅଧୀନ ମଣଦା ନିକଟବର୍ତ୍ତୀ ବେଢ଼ାକୁଦର ଠାରେ ସମାଜସେବୀ ବିଜୟ କୁମାର ମହାନ୍ତ ‘ଆଭା ଫିଲିଙ୍ଗ ଷ୍ଟେସନ’ ନାମରେ ଖୋଲିଛନ୍ତି। ଏହି ତୈଳ କେନ୍ଦ୍ରକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। କମ୍ପାନୀର ମ୍ୟାନେଜର ଶୁଭଙ୍କର ସାମଲ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ କମ୍ପାନୀ ଏବଂ ଇଣ୍ଡିଜେଲ ତୈଳ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।

ପରିବେଶକୁ ପ୍ରଦୂଷଣ ମୁକ୍ତ ଉଦ୍ଦେଶ୍ୟ ରଖି ‘ମାଇଁ ଇକୋ ଏନର୍ଜି’ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ତୈଳ କେନ୍ଦ୍ର ସଫଳ ଭାବରେ ଖୋଲିଥିବା ବେଳେ ଆଜି ଯଶିପୁର ଠାରେ ମଧ୍ୟ ଏହି ତୈଳ କେନ୍ଦ୍ର ଆରମ୍ଭ କରା ଯାଇଥିବା କହିଛନ୍ତି ଶୁଭଙ୍କର। ଏହି ତୈଳ ପ୍ରଦୂଷଣ ମୁକ୍ତ, ସାଧାରଣ ଡ଼ିଜେଲ ଠାରୁ ୨ ଟଙ୍କା କମ ଏବଂ GST ଉପଭୋକ୍ତା ମାନଙ୍କ ପାଇଁ ଅଧିକ discount ରହିଥିବା କହିଛନ୍ତି। ଏହା ସହ ଏହି ତୈଳ ଗାଡି ଇଂଜିନ ପ୍ରତି ଉତ୍ତମ ଏବଂ ମାଇଲେଜ୍ ସାଧାରଣ ଡିଜେଲ ଠାରୁ ଅଧିକ ଆସିବ । ତେଣୁ ଏହି ଇଣ୍ଡିଜେଲ ତୈଳ ପ୍ରତି ସ୍ଥାନୀୟ ଲୋକଙ୍କ ଆଗ୍ରହ ବଢୁଛି ବୋଲି ମ୍ୟାନେଜେର ଶୁଭଙ୍କର ସାମଲ କହିଛନ୍ତି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *