ଅପରାଧଓଡ଼ିଶାସମ୍ବଲପୁର

ସମ୍ବଲପୁରରେ ଇଣ୍ଟରନେଟ ସେବା ସଂପୂର୍ଣ୍ଣ ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଇଣ୍ଟରନେଟ ବନ୍ଦ । ଆଜି ଦିନ 10.45ରୁ ଇଣ୍ଟରନେଟ ସେବା ବନ୍ଦ ରହିବାକୁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ହନୁମାନ ଜୟନ୍ତି ଘଟଣାକୁ କେନ୍ଦ୍ର କରି ଗୁରୁବାର ସମ୍ବଲପୁରରେ ସହରରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।

ସୋସିଆଲ ମିଡିଆର ସମସ୍ତ ବ୍ୟବହାରକୁ ବନ୍ଦ କରିଦିଆ ଯିବା ସହ ସୋସିଆଲ ମିଡିଆରେ ମେସେଜ ଉପରେ ବି କଟକଣା ଲାଗୁ କରାଯାଇଛି  । ସୂଚନା ଅନୁଯାୟୀ ଗତକାଲି ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରିଥିବାବେଳେ । ଉତ୍ୟକ୍ତ ଦଳ ପୋଲିସ ଉପରେ ପାଲଟା ପଥର ମାଡ କରିଥିଲେ । ଯେଉଁଥିରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ 10 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହାସହ ସମ୍ବଲପୁର ସହରର ଛଅଟି ସ୍ଥାନରେ 144 ଧାରା ଲାଗୁ କରାଯାଇଛି । ଏବଂ କୌଣସି ପ୍ରକାର ବିଶୃଙ୍ଖଳା ନଘଟିବା ପାଇଁ ସହରର ବିଭିନ୍ନ ଛକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published.

Back to top button