ଅସୁସ୍ଥ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା

Spread the love

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ଅସୁସ୍ଥ ହୋଇ ପଡିଛି। କେତେ ବେଳେ ଡାକ୍ତର ଅଭାବ ତ ପୁଣି କେତେବେଳେ ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଦେଖିବାକୁ ମିଳୁଛି ଏଠାରେ। ନା ରୋଗୀଙ୍କୁ ମିଳୁଛି ବେଡ ନା ଠିକଣା ଢଙ୍ଗରେ ହେଉଛି ଚିକିତ୍ସା। ମେଡିକାଲ ବାରଣ୍ଡାରେ ଥିବା ଝରକାରେ ସାଲାଇନ ଝୁଲାଇ ରୋଗୀ ସେବା ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆସି ନିରାଶ ହେଉଛନ୍ତି ଗାଁ ଗହଳିର ଲୋକ । ମେଡ଼ିକାଲ ବାରଣ୍ଡା, ରାସ୍ତା କଡ଼ରେ ରୋଗୀ ସେବା ହେଉଛି। କେତେବେଳେ ଡାକ୍ତର ତ ଆଉ କେତେବେଳେ କର୍ମଚାରୀ ଅଭାବ ଦର୍ଶାଇ ଚିକିତ୍ସାରେ ଅବହେଳା କରାଯାଉଛି। ଏମିତି କି ମେଡ଼ିକାଲରେ ବେଡ ନ ଥିବା କହି ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଉଛି। ସରକାର କହୁଛନ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କୋଟି କୋଟ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। କର୍ତ୍ତୃପକ୍ଷଙ୍କ ଅବହେଳା ସେବା ଯୋଗାଣକୁ ଗୁରୁତର ପ୍ରଭାବିତ କରିଛି ।

ବେଡ ଅଭାବ ଯୋଗୁ ବାରଣ୍ଡାରେ ଶୋଉଛନ୍ତି ରୋଗୀ । ଝରକା ଗ୍ରୀଲରେ ସାଲାଇନ ଟାଙ୍ଗି ରୋଗୀ ସେବା ହେଉଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ । ଏହା ଦିନେ ଅଧେର କଥା ନୁହେଁ ନିତିଦିନିଆ ବ୍ୟାପାର। ଏହି ମେଡିକାଲ ଉପରେ ଜିଲ୍ଲାର ପ୍ରତି ଗାଁ ଲୋକ ଭରଷା କରୁଥିବା ବେଳେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବା ଦିନକୁ ଦିନ ଏଠି ସ୍ୱପ୍ନ ହୋଇପଡିଛି। ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *