ଠିକାଦାର ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା

Spread the love

ପୁରୀ: ହସ୍ତାନ୍ତର ପୂର୍ବରୁ 18 ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ 5T ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର।  ଏପଟେ ଚିନ୍ତାରେ ପ୍ରାଧନ ଶିକ୍ଷକ ଓ ୩୫୦ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ। ଠିକାଦାର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଂଚଳରେ ଆଲୋଚନା ହେଉଛି । ସେପଟେ ଯଦି ଶ୍ରେଣୀ ଗୃହ ସୁରକ୍ଷିତ ଅଛି ତେବେ ପ୍ରଶାସନ ଲିଖିତ ଭାବେ ଜଣାଇଲେ ପିଲା ମାନଙ୍କୁ ନୂତନ ଶ୍ରେଣୀ ଗୃହରେ ପାଠ ପଢାଇବୁ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କେତକୀପାଟଣା ପଂଚାୟତର କେତକୀପାଟଣା ଉଚ୍ଚ ବିଦ୍ୟାଳୟରେ ଫାଇଭ ଟି ଯୋଜନାର ବାସ୍ତବ ଚିତ୍ର ଦେଖିବାକୁ ମିଳିବ । ବୋଲକେତକୀ ପାଟଣା ଉଚ୍ଚ ବିଧାୟକକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବିଦ୍ୟାଳୟରେ ୩୪୦ ଜଣ ଛାତ୍ର ଛାତ୍ରୀ ପାଠ ପଡୁଥିବା ବେଳେ ନୂଆ ଘର ହସ୍ତାନ୍ତର ପୂର୍ବରୁ ଛାତର କେଉଁଠି ଫାଟି ଆଁ କରିଛି ତ ପୁଣି କେଉଁଠି ପ୍ଲାଷ୍ଟର ଗଳିଲାଣି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର କହିଛନ୍ତି ସରକାରଙ୍କ ତରଫରୁ ଯଦି ଲିଖିତ ଭାବରେ ବିଲଡିଂଟି ସୁରକ୍ଷିତ ଅଛି ବୋଲି ଲେଖା ଦିଆଯାଏ ତେବେ ନୂତନ ବିଲଡିଂରେ ପିଲା ମାନଂକୁ ପାଠ ପଢ଼ାଇବେ।  ସେ ବିଲ୍ଡିଂକୁ ନେଇ ପୁରୀ ଜିଲାପାଳ, ସତ୍ୟବାଦୀ BDO, ଓ ଶିକ୍ଷାଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏପଟେ ସତ୍ୟବାଦୀ BdO  ଜୟନ୍ତ କୁମାର ଜୟସିଂ କହିଛନ୍ତି  ସ୍ୱତନ୍ତ୍ର ଏକ ଟିମ ଅନୁଧ୍ୟାନ କରୁଛନ୍ତି ନିଶ୍ଚିତ କାର୍ଯାନୁଷ୍ଠାନ ନିଆଯିବ ।  

ନିମ୍ନ ମାନର ସିମେଣ୍ଟ ବ୍ୟବହାର ସହିତ ଅଧିକାରୀଙ୍କ ଅନୁପସ୍ଥିତ ପାଇଁ ଏଭଳି ଅବସ୍ଥା ହୋଇଛି ବୋଲି ସ୍ୱୀକାର କରିଛନ୍ତି ବିଦ୍ୟାଳୟ ଗୃହ କାମ କରୁଥିବା ଶ୍ରମିକ । ଏ ଘର ସୁରକ୍ଷିତ ନୁହେଁ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଡିଓ। ଏପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ମହଲରେ ଚିନ୍ତା ପ୍ରକଟ କରିଛନ୍ତି ଖୋଦ ବିଦ୍ୟାଳୟର ଅଧ୍ୟକ୍ଷ ।

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *