ନାବାଳିକା ଦୁଷ୍କର୍ମ ଘଟଣା ରେ ଦୋଷୀ ଙ୍କୁ ୨୦ବର୍ଷ ର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ହେଲେ ଧର୍ମଶାଳା ଥାନା ଅଞ୍ଚଳର ୨୦ବର୍ଷୀୟ ଯୁବକ ଦିଲ୍ଲୀପ ପ୍ରଧାନ। ସୂଚନାଅନୁଯାୟୀ ଦିଲ୍ଲୀପ ୨୦୨୩ ମସିହା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜନୈକ ୯ ବର୍ଷୀୟ ନାବାଳିକାକୁ ରାମ ନବମୀ ଦେଖି ଫେରୁଥିବା ସମୟରେ ଏକ ନିକାଞ୍ଚନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ପୀଡ଼ିତା କାନ୍ଦି କାନ୍ଦି ଘରକୁ ଫେରି ପରିବାରଵର୍ଗଙ୍କୁ ଜଣାଇଥିଲେ। ଏ ନେଇ ପରିବାରଵର୍ଗ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ଦିଲ୍ଲୀପ ଙ୍କୁ ଦଫା ୩୭୬(କ ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୧୦ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ପୋକ୍ସୋ ଜଜ। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now