ଲୁଣିବର ଖାଦାନରୁ ଖସିପଡି ୨ଶ୍ରମିକ ମୃତ୍ୟୁ : ପୋଲିସର ତଦନ୍ତ ଜାରି

Spread the love

ଧର୍ମଶାଳା : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଗତକାଲି ସକାଳେ ଖାଦାନରେ ମେସିନ ଦ୍ୱାରା କାମ କରୁଥିବା ସମୟରେ ଅତଡା ଖସି ଯିବାରୁ ୨ଜଣ ଶ୍ରମିକ ତଳକୁ ଖସି ପଡିଥିଲେ । ‘ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ମୃତ ଶ୍ରମିକ ୨ ଜଣ ହେଲେ ଜେନାପୁର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ଅପୁ ରାଉତ ଓ କେନ୍ଦୁଝର ଜିଲା ତେଲକୋଇ ଗ୍ରାମର ଶାନ୍ତନୁ ଖିଲାର ବୋଲି ଜଣାପଡିଛି । ଉଭୟ ମେସିନର ଡ୍ରାଇଭର ଓ ଖଲାସିଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଏହି ସବୁ ପଥର ଖାଦାନରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *