ଧର୍ମଶାଳା : ଯାଜପୁର ଜିଲା କୁଆଖିଆ ଓ ମଧଚବନ ଅଂଚଳ ବେଶ୍ ଜଣାଶୁଣା । ଏହା ଜିଲାର ମୁଖ୍ୟ ପୁରୁଣା ବ୍ୟବସାୟ ପ୍ରତିଷ୍ଠାନ । ଏଠାକୁ ଦୈନଦିନ ଶହଶହ ଲୋକେ ଯାତାୟତ କରନ୍ତି । ତେବେ କୁଆଖିଆ-ମଧୁବନ ମୁଖ୍ୟ ରାସ୍ତା ଏବେ ଖାଲଖମାରେ ପରିଣତ ହେଲାଣି । ଏବଂ ୧୬ ନମ୍ବର ଜାତୀୟ ରାଜପଥକୁ ଏହି ମୁଖ୍ୟ ରାସ୍ତା ଯୋଡି ହୋଇଛି । ଯାତାୟତ ସମୟରେ ସ୍ଥାନୀୟ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି । ପୂର୍ତ ବିଭାଗ ପକ୍ଷରୁ ଏହି ରାସ୍ତାକୁ ମରାମତି କରୁନାହାନ୍ତି । ଜାତୀୟ ରାଜପଥ ଏହି ରାସ୍ତା କରିବା ନେଇ ଭରସା କରି ରହିଛି ପୂର୍ତବିଭାଗ । ଯାହାକି ଏହି ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବ୍ୟବସାୟୀ ମହଲରେ ଦୃଢ ଦାବି ହେଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now