ମଙ୍ଗଳପୁର ଥାନାଧିକାରୀଙ୍କ ବଦଳି ଓ ନ୍ୟାୟ ପ୍ରଦାନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ପିଡିତ ପରିବାର

କୋରେଇ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ତଥା ମଙ୍ଗଳପୁର ଥାନା ଅନ୍ତର୍ଗତ କୟାଁ ପଞ୍ଚାୟତ ମଲ୍ଲୀପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜଙ୍କ ଆତ୍ମହତ୍ୟା ଘଟଣା ଭିନ୍ନମୋଡ ନେଇଛି । ମଙ୍ଗଳପୁର ଥାନାଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ସରୋଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗିରହିଛି । ଏନେଇ ଥାନାଧିକାରୀଙ୍କୁ ତୁରନ୍ତ ବଦଳି ପାଇଁ ଘଟଣାସ୍ଥଳେ ଉପସ୍ଥିତ ଅଧିକାରୀଙ୍କ ପ୍ରତିଶୃତି ପାଳନ ସହ ଥାନାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପିଡିତ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ସରୋଜ ପରିବାର ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲଙ୍କୁ ଭେଟି ଦାବି ଜଣାଇଛନ୍ତି । ପ୍ରକାଶଯେ ମଲ୍ଲୀପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜର ଜଣେ କଲେଜ ସହପାଠୀ ମୀନାକ୍ଷୀ ବିଶ୍ୱାଳଙ୍କ ସହ ବନ୍ଧୁତା ଥିଲା । ପରବର୍ତି ଅବସ୍ଥାରେ ସେମାନଙ୍କ ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । କିଛିଦିନ ତଳେ ଉକ୍ତ ଯୁବତୀ ଜଣଙ୍କ ତାଙ୍କ ଉଗ୍ରସେନର ଘରକୁ ଆସି ସରୋଜକୁ ବିବାହ କରିବାକୁ କହି ଘର ଆଗରେ ବସିଥିଲା । ଏନେଇ ମିନାକ୍ଷୀଙ୍କୁ ବୁଝାସୁଝା କରିବାକୁ ସେ କୌଣସି କଥା ଶୁଣିନଥିଲେ । ଏନେଇ ମଙ୍ଗଳପୁ ପୁଲିସକୁ ଜଣାଇବା ପରେ ପୁଲିସ ସେହି ଝିଅକୁ ସେଠାରୁ ନେବା ସହ ପୁଅକୁ ଡକାଇଥିଲେ । ପୁଅ ଓ ଝୀଅ ଉଭୟଙ୍କ ସହ ଆଲୋଚନା ପରେ ଉଭୟଙ୍କୁ ଛାଡିଦେଇଥିଲେ । ଗତ ମଇ ୨୭ ତାରିଖ ହଠାତ୍ ଥାନାଧିକାରୀ ରିନାରାଣୀ ସାହୁ ଓ ସେମାନଙ୍କ ଷ୍ଟାଫଙ୍କୁ ଧରି ଉଗ୍ରସେନର ଘରେ ପହଞ୍ଚି ସରୋଜକୁ ଖୋଜିଥିଲେ । ସରୋଜ ବାହାରେ ଥିବା କହିବାରୁ ପଶି ବଳ ପ୍ରୟୋଗ କରି ଅଶ୍ଲୀଳ ଗାଳିଗୁଲଜ ସହ ଉଗ୍ରସେନ ଓ ତାଙ୍କ ସ୍ତ୍ରୀଙ୍କୁ ମାଡମାରି ବଳ ପୂର୍ବକ ଥାନାକୁ ଉଠାଇନେଇ ନିର୍ଯ୍ୟାତନା ଦେଇଥିଲେ । ତା ପରଦିନ ନଛିନ୍ଦ୍ରପୁର ଗ୍ରାମର ବିଶ୍ୱଭୂଷଣ  ବିଶ୍ୱାଳ (ପତିଆ)  ଓ ଆନନ୍ଦ ଚନ୍ଦ୍ର ବିଶ୍ୱାଳ (ଧନୁ) ଆସି ଘଟଣାର ରଫାଦଫା କରିବାକୁ ଉଗ୍ରସେନକୁ ୧ ଲକ୍ଷଟଙ୍କା ଦାବି କରିଥିଲେ ।  ସେଦିନ ସନ୍ଧ୍ୟାରେ ପୁଣି ଥାନାରୁ ଡାକରା ଆସିଲା । ଥାନାପାଖରେ ଥିବା ବରଗଛ ମୂଳେ ପତିଆ, ଧନୁ ଓ ଥାନାଧିକାରୀ ୧ଲକ୍ଷଟଙ୍କା ନଦେଲେ ସରୋକୁ କୋର୍ଟ ଚାଲାଣ କରିବାକୁ ଧମକାଇଥିଲେ । ଉଗ୍ରସେନ ଟଙ୍କା ଦେବାକୁ  ରାଜି ନହେବାରୁ ରାତ୍ରୀ ୧୨ଟା ପର୍ଯ୍ୟନ୍ତ ତାଙ୍କୁ ଥାନାରେ ଅଟକ ରଖିବା ସହ ମୋବାଇଲ ରଖିଥିଲେ । ତୁରନ୍ତ ପୁଅକୁ ହାଜର କରିବାକୁ କହି ଛାଡଇଥିଲେ । ଉଗ୍ରସେନ ପରବଦିନ ପୁଅକୁ ଖୋଜି ପାଇନଥିବା ବେଳେ ୩୦ ତାରିଖ ସକାଳେ ଘର ନିକଟସ୍ଥ ଏକ ଗଛରେ ସରୋଜର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଥାନାଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାକଳାପ ବାପ,ମାଙ୍କୁ ମାଡମାରିବା ସହ ବାରମ୍ବାର ନିର୍ଯ୍ୟାତନ ଦେବା ଓ ଟଙ୍କା ମାଗିବା ‘ଳରେ ସରୋଜ ଏହା ସହିନପାରି ଆତ୍ମହତ୍ୟା କରିଛି । ପରୋକ୍ଷରେ ଥାନାଧିକାରୀଙ୍କ ପାଇଁ ତାର ମୃତ୍ୟୁ ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ତୁରନ୍ତ ଥାନାଧିକାରୀଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରୋଜ ପରିବାର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *