ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

Spread the love

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୫ ନଂ ଜୋନ ଜିଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷିତ ହୋଇଛି । ବିଜେଡି ପକ୍ଷରୁ ଏହି ଜୋନ ପାଇଁ ଚକ୍ରଧର ବେହେରାଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ପକ୍ଷରୁ ମହେଶ୍ୱର ତରାଇ ଓ କଂଗ୍ରେସ ପକ୍ଷରୁ କୁଳମଣି ମଲିକଙ୍କ ନାମ ଘୋଷଣା ହୋଇଛି । ଏହି କ୍ରମରେ ଆଜି ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ଧର୍ମଶାଳାରେ ରାଜନୈତିକ ଉଷ୍ମତା ବଢି ଯାଇଛି । ନାମାଙ୍କନ ପତ୍ରର ଶେଷ ତାରିଖ ଥିବାରୁ ଦଳୀୟ କାର୍ଯ୍ୟାଳୟରେ ସମସ୍ତେ ଏକାଠି ହୋଇ ଯାଜପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଚକ୍ରଧର ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ତାର ବରିଷ୍ଠ କର୍ମୀମାନଙ୍କୁ ସାଥୀ କରି କୁଳମଣି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନୁରୂପଭାବେ ବିଜେପିର ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟରେ କର୍ମୀମାନେ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ମହେଶ୍ୱର ବାହାରି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସୂଚନା ଥାଉକି,ଏହି ୧୫ ନଂ ଜୋନର ଜିଲା ପରିଷଦ ସଭ୍ୟ ଭାଗ୍ୟଧର ସେଠୀଙ୍କ ଅକାଳ ବିୟୋଗ ଘଟିଥିଲା । ଫଳରେ ଏହି ଜୋନରେ ଜିଲା ପରିଷଦ ଆସନ ଖାଲି ପଡିଥିଲା । ଅଗଷ୍ଟ ମାସ ୯ ତାରିଖ ଦିନ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *