ଓଡ଼ିଶା

ଗଣେଷ ପୂଜା ପାଇଁ ଝଟକୁଛି ଜଟଣୀ

ଜଟଣୀ: ଗଣେଷ ପୂଜାକୁ ନେଇ ଚଳ ଚଞ୍ଚଳ ଜଟଣୀ ସହର। ୨୦୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଗଜାନନ। ଝିକି,ମିକି ଆଲୋକରେ ଝଲସୁଛି ପୁରା ସହର। ସେପଟେ ଲୋକଙ୍କ ଭିଡକୁ ଦେଖି ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଉତ୍ସବ ମୁଖର ଜଟଣୀ ସହର । ଧୁମଧାମରେ ଚାଲିଛି ଅଗ୍ର ପୂଜ୍ୟଙ୍କ ପୂଜାର୍ଚ୍ଚନା। ଦୁଇ ଶହରୁ ଅଧିକ ମଣ୍ଡପରେ ବିରାଜିଛନ୍ତି ବିଘ୍ନରାଜ ଗଣେଶ। ସୁନ୍ଦର ସୁନ୍ଦର ତୋରଣ ସାଙ୍ଗକୁ ଝିକିମିକି ଆଲୋକ ମାଳାରେ ଝଲସୁଛି ପୁରା ସହର। ଜଟଣୀର ପରମ୍ପରା ଓ ଐତିହ୍ୟ ଅନୁସାରେ ପ୍ରଭୁ ଗଜାନନଙ୍କ ସହିତ ପାର୍ଶ୍ଵଦେବୀ ଭାବେ ମାତା ଲକ୍ଷ୍ମୀ ଓ ସରସ୍ୱତୀ ମଧ୍ୟ ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି।

ପୂଜା ଦେଖିବାକୁ ବିଭିନ୍ନ ଆଡୁ ଲୋକଙ୍କ ସୁଅ ଛୁଟୁଛି। ହଜାର ହଜାର ଦର୍ଶକ ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଦୁଇବର୍ଷ ମହାମାରୀ କରୋନା ଯୋଗୁଁ ସାର୍ଵଜନୀନ ପୂଜା ବନ୍ଦ ରହିଥିଲା। ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଖୁସି ଦେଖାଯିବା ସହ ଭିଡ଼ ମଧ୍ୟ ଜମୁଛି। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ ପେଟ୍ରୋଲିଂ ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଛି। ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିଲେ ମଧ୍ୟ ବେଶ ଶାନ୍ତି ଶୃଙ୍ଖଳାରେ ଚାଲିଛି ପୂଜା।

ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button