କେସିଙ୍ଗା ଜଗନ୍ନାଥପଡ଼ାରେ ସଶସ୍ତ୍ର ଡ଼କାୟତି

Spread the love

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜଗନ୍ନାଥପଡ଼ାରେ ରବିବାର ବିଳମ୍ବିତ ରାତିରେ ଘଟିଛି ସଶସ୍ତ୍ର ଡ଼କାୟତି । ଡ଼କାୟତ ମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି ତାଙ୍କ ପରିବାର ଲୋକଙ୍କୁ ବାନ୍ଧି ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ନଗଦ ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘଟଣାରେ ୯ ଜଣ ଡ଼କାୟତ ସାମିଲ୍ ଥିବା ସୂଚନା ମିଳିଛି । ଏନେଇ ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ କେସିଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *