ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା

Spread the love

ଭବାନୀପାଟଣା : ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗାଡେ ପଞ୍ଚାୟତର ରାଣୀପଟା ଗ୍ରାମରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ନର୍ଲା ବ୍ଲକର ରାଣୀପଟା ଠାରେ ସ୍ଥାନୀୟ ସ୍ଵୟଂ ସହାୟିକା ଦଳର ସଭ୍ୟା ଓ କୃଷକ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗାଡେବନ୍ଦ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କବିତା ବାଗ, ସମିତି ସଭ୍ୟା ଶ୍ରୀମତୀ ସୁଜାତା ସାହୁ ଓ ଏମବିକେ ଶ୍ରୀମତୀ ମିତାଞ୍ଚଳି ନାୟକ ମୂଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ଡିଜିଟାଲ କାରବାର ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରିଥିଲେ। ସେ କହି ଥିଲେ, ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । କିନ୍ତୁ, ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ, ମୋଟ ତିରିଶ ହଜାର କୋଟି ଜମାଟଙ୍କାର ବର୍ତମାନ ଯାଏଁ କୌଣସି ଦାବୀଦାର ନାହାନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ୍ ଗୁଡ଼ିକର ସେବା ତଥା ଆର୍ଥିକ ସାକ୍ଷରତା ବିଷୟରେ ବ୍ୟାଙ୍କର ଗ୍ରାହକ ମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି। ତାଲିମ ଦାତା ଭାବରେ ପ୍ରକାଶ କୁମାର ସାହୁ ଏବଂ ଦେବେନ୍ଦ୍ର ମିଶ୍ର ସମସ୍ତଙ୍କୁ ବିଭିନ୍ନ ସରକାରୀ ବୀମା ଯୋଜନା, ଜମା ଯୋଜନା, ପେନସନ ଯୋଜନା ଆଦି ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୬୦ ଜଣ ମହିଳା ଓ କୃଷକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମମତା ପୂଜାରୀ, ପ୍ରଗତୀ ଚାଷୀ କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ମାଝୀ ଓ ଅନ୍ୟାନ୍ୟ ନିର୍ଦେଶକ ମଣ୍ଡଳୀ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *