Kalahandiଦୁର୍ନୀତି ଓ କାଣ୍ଡ

ଭିଜିଲାନ୍ସ ଜାଲରେ ମେଡିକାଲ ସହକାରୀ କିରାଣୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମେଡିକାଲ ସହକାରୀ କିରାଣୀ। ମୃତ୍ୟୁ ପ୍ରମାଣ ପତ୍ର ଦେବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଳାହାଣ୍ଡି ଥୁଆମୂଳ ରାମପୁରର ସରକାରୀ ମେଡିକାଲ ସହକାରୀ କିରାଣୀ ଦିବ୍ୟଜ୍ୟୋତି ମିଶ୍ର। ପାଞ୍ଚଟି ମୃତ୍ୟୁ ପ୍ରମାଣ ପତ୍ର ଦେବା ପାଇଁ ସ୍ଥାନୀୟଲୋକଙ୍କୁ ୧୮ହଜାର ଟଙ୍କା ଦାବି କରୁଥିଲେ। ହେଲେ ଆଜି ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦିବ୍ୟଜ୍ୟୋତି। ସେପଟେ ତାଙ୍କୁ ଗିରଫ କରି ଭବାନୀପାଟଣା ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

Related Articles

Leave a Reply

Your email address will not be published.

Back to top button