ପୁରୀ ଜିଲ୍ଲା କଣାସ ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଏନେଇ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ୧୧ ଜଣରୁ ଅଧିକ ଚିକିତ୍ସିତ ହେଉଛନ୍ତି ଏବଂ ବେସରକାରୀ ଭାବେ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ତେବେ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ପୁରୀ ସିଡିଏମଓ କହିଛନ୍ତି। ଦୀର୍ଘ ଦିନ ହେବ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ଯ ଘଟଣାର ଅନୁଧ୍ୟାନ କରାଯାଉଛି । ଲୋକ ମାନଙ୍କୁ ସଚେତନ ରହିବା ସହ ବିଶୁଦ୍ଧ ପାଣି ବ୍ଯବହାର ପାଇଁ କୁହାଯାଇଛି ବୋଲି କହିଛନ୍ତି ।
ରବିବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ରୁପଭାନୁ ମିଶ୍ର ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସିଡିଏମଓ’ ଡାକ୍ତର ରୁପଭାନୁ ମିଶ୍ର କହିଥିଲେ କଣାସ ଅଞ୍ଚଳରେ ଯେଉଁ ଡାଇରିଆ ବ୍ୟାପୁଛି, ତାହାର ମୁଖ୍ୟ କାରଣ ପାଣି ସମସ୍ୟା । ଲୋକଙ୍କ ପାଇଁ ଅଧିକ ପାନୀୟ ଜଳ ଯୋଗାଣର ଆବଶ୍ୟକ ରହିଛି । ସ୍ଥାନୀୟ ଦୟା ନଦୀର ଜଳ ପ୍ରଦୂଷିତ ହୋଇଥିବା ଜଳ ପରୀକ୍ଷଣରୁ ଜଣାପଡୁଛି । ଏଣୁ ଆମେ ଲୋକଙ୍କୁ ଦୟା ନଦୀର ଜଳ ବ୍ୟବହାର କରିବାକୁ ମନା କରିଛୁ । ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପିଇବା ପାଣି ଯୋଗାଇ ଦିଆଯାଉଛି । ନଳକୂପ ପାଣିକୁ ଅନ୍ୟାନ୍ୟ ବ୍ୟବହାର କରିବାକୁ କହିଛୁ ବୋଲି ସିଡିଏମଓ କହିଥିଲେ । କଣାସ ଡାଇରିଆକୁ ନେଇ ବଢିଲା ଚିନ୍ତା। ଦୟାନଦୀର ବିଷାକ୍ତ ପାଣି ବ୍ୟବହାର କରି ୮ ଦିନ ଭିତରେ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ଉଠୁଥିବାବେଳେ ଆଜି ଜନସ୍ବାସ୍ଥ୍ୟ ବିଭାଗ ଜଣଙ୍କ ମୃତ୍ୟକୁ ସ୍ବୀକାର କରିଛି । ତାସହ ସେଠି ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା କହିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।ଗାଁରେ ଏବେ ସ୍ବାସ୍ଥ୍ୟ ବିଭାଗର ୮ଟି ଟିମ୍ ଡେରା ପକାଇଥିବାବେଳେ ତେଜିଛି ରାଜନୀତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now