Kandhamalଦୁର୍ଘଟଣା

ଅଟୋ ଓଲଟି ୩ ଗୁରୁତର, ଦଶ ଆହତ

କନ୍ଧମାଳ: ଭାରସାମ୍ୟ ହରାଇ ଓଲଟିଲା ଓଭରଲୋଡ ଅଟୋ। ଅଟୋ ଓଲଟି ୩ ଗୁରତର ଦଶରୁ ଅଧିକ ଆହତ। ବାଲିଗୁଡା ଥାନା ମିଡିଆକିଆ ଗ୍ରାମ ଗଡ଼ମାହା ଘାଟିରେ ଗୋଟିଏ ଅଟୋ ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଅଟୋରେ ଯାତ୍ରୀ ଭର୍ତ୍ତି ଥିବାରୁ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଛି। ସେଠାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀକୁ ସ୍ଥାନାନ୍ତରିତ କରାଯାଇଛି। ଅଟୋଟି ମିଡିଆକି ରୁ ବାଲିଗୁଡା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button