ମନ୍ତ୍ରୀଙ୍କୁ ଘେରିଲେ ସାଧାରଣ ଲୋକେ

କେନ୍ଦ୍ରାପଡା: ଆଦର୍ଶ ବିଦ୍ୟାଳୟର ନିମ୍ନମାନର କାମକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ସାଧାରଣ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ। ସୂଚନା ଅନୁଯାୟୀ, ୭ କୋଟି ୯୧ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ଆଦର୍ଶ ବିଦ୍ୟାଳୟ। ତେବେ ଏହି ନିର୍ମାଣଧିନ ବିଦ୍ୟାଳୟର ସମୀକ୍ଷା କରିବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚିଥିଲେ। କାର୍ଯ୍ୟର ସମୀକ୍ଷା ପୂର୍ବରୁ ମନ୍ତ୍ରୀଙ୍କୁ ନିମ୍ନ ମାନର କାମକୁ ନେଇଁ ଏବଂ ବିନା ନାମଫଳକ ବୋର୍ଡରେ କାର୍ଯ୍ୟ କରାଯାଉଥିବା ନେଇ ମନ୍ତ୍ରୀଙ୍କୁ ଘେରିଥିଲେ ସାଧାରଣ ଲୋକେ। ଏପରି ଘଟଣାରେ ବିଭାଗୀୟ ଯନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଉଦେଶ୍ୟରେ ବିନା ନାମ ଫଳକ ବୋର୍ଡରେ କାମ କରାଯାଉଥିବା ଅଭିଯୋଗକ ହେଉଛି। ତେବେ ବିନା ନାମ ଫଳକ ବୋର୍ଡରେ କାମ ହେଇପାରିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଏହାସହ ମନ୍ତ୍ରୀ ଆସିବା କଥା ଜାଣି ବିଦ୍ୟାଳୟରେ ବାଲି ପରିବର୍ତ୍ତେ ମାଟି ଫିଲିଙ୍ଗ କରି ସମ୍ପୃକ୍ତ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ ହେଇଛି। ଏନେଇ ତୁରନ୍ତ ନାମ ଫଳକ ବୋର୍ଡ ଲଗାଯିବା ସହିତ କିପରି ସଠିକ ଢଙ୍ଗରେ କାମ ହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ମନ୍ତ୍ରୀ ତାଗିତ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।