ବଳରାମ ଯୋଜନା ର ଋଣ ଆଦାୟ ଓ ନୂତନ ଋଣ ପ୍ରଦାନ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ

Spread the love

କେନ୍ଦ୍ରାପଡା : ଓଡୀଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ମାନଙ୍କର ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସେଥିମଧ୍ୟରୁ ବଳରାମ ଯୋଜନା ଅନ୍ୟତମ । କେନ୍ଦ୍ରାପଡା ତହସିଲଦାର ଅଞ୍ଜଳୀ ତରାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂହ, ଏଲଡିଏମ୍ ମଳୟ କୁମାର ମିତ୍ର, ଆତ୍ମାର  ଅଧ୍ୟକ୍ଷ ଅଶୋକ କୁମାର ବରାଳ, ଜିଲ୍ଲା ନାର୍ବାଡ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, ବ୍ଲକ କୃଷି ଅଧିକାରୀ ମନରଞ୍ଜନ ରାଉଳ ପ୍ରମୁଖ  ଉପସ୍ଥିତ ରହି କେନ୍ଦ୍ରାପଡା ବ୍ଲକ ଅଧିନରେ ବଳରାମ ଯୋଜନାରେ ଋଣ ନେଇଥିବା ପ୍ରାୟ ୫୦୦ ଗୋଷ୍ଠୀଙ୍କୁ ପ୍ରାୟ ୪ କୋଟି ୯୫ ଲକ୍ଷ୍ୟ ୬୧ ହଜାର ଟଙ୍କା ଋଣ ପ୍ରଦାନ କରା ଯାଇଥିଲା । ଏଥି ମଧ୍ୟରୁ ୧୨୫ଟି ଗୋଷ୍ଠୀ ୧ କୋଟି ୧୨ ଲକ୍ଷ ୨୦୦୦ ଟଙ୍କା ଋଣ ପରିଶୋଧ କରି ପୁନର୍ବାର ଋଣ ନେଇଥିବା ବେଳେ ୩୭୫ ଗୋଷ୍ଠୀ ବଳରାମ ଯୋଜନାରେ ନେଇଥିବା ଋଣ ପରିଶୋଧ କରୁନଥିବାରୁ ଏନେଇ କୃଷି ସମବାୟ ସମିତିରେ ଋଣ ନେଇଥିବା ଗୋଷ୍ଠୀ ମାନଙ୍କୁ ଡାକି ସେମାନଙ୍କୁ ସଚେତନ କରାଇବା ସହିତ ଋଣ ପରିଶୋଧ କରି ପୁନର୍ବାର ଋଣ ନେବା ପାଇଁ ସଚେତନ କରାଯିବ ବୋଲି ସ୍ଥିର କରାଯାଇଛି । ଆୟୋଜିତ ଏହି ବୈଠକରେ ସଂପାଦକ ବୈରାଗୀ ସାହୁ, ଶ୍ରୀହର୍ଷ ମହାନ୍ତି, ହେମନ୍ତ ପାତ୍ର, ବସନ୍ତ କୁମାର ରାଉତ, ସୁବୋଧ ଲେଙ୍କା, କାଳନ୍ଦୀ ବିଶ୍ୱାଳ ସଂପାଦକଙ୍କ ସମେତ ନାରାୟଣ ସ୍ୱାଇଁ, ଅକ୍ଷୟ କୁମାର ପାଣି, ଦୁର୍ଗାଶିଷ ମହାନ୍ତି, ପଦ୍ମନାଭ ସାହୁ, ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ସଭାପତିଙ୍କ ସହ କୃଷି ସେବା ସମବାୟ ସମିତିର ସଭାପତି, ସଂପାଦକ, କୃଷକ ସାଥୀ, ଗ୍ରାମୀୟ କୃଷି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଆତ୍ମାର ଅଧ୍ୟକ୍ଷ ଅଶୋକ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *