ରତ୍ନାକର ହାଇସ୍କୁଲର ଉନ୍ନତି ନିମନ୍ତେ ଦାବି

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତ ଦୁହୁରିଆ ସ୍ଥିତ ରତ୍ନାକର ହାଇସ୍କୁଲର ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଏବଂ ବିଡିଓଙ୍କ ନିକଟରେ ଦାବି କରା ଯାଇଛି । ସ୍କୁଲ କମିଟିର ସଭ୍ୟ/ସଭ୍ୟା ମାନେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସର୍ବ ସଧାରଣ ମାନଙ୍କର ଜୀବନ ସୁରକ୍ଷା ରଖିବା ପାଇଁ ସ୍କୁଲ ନିକଟରେ ଥିବା ମୁଖ୍ୟ ରାସ୍ତାରେ ହମ୍ପସ୍ ନିର୍ମାଣ, ଆଗକୁ ବର୍ଷାଦିନ ଥିବାରୁ ସ୍କୁଲ ପରିସରରୁ ବର୍ଷାଜଳ ନିଷ୍କାସନ କରିବା ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ନୂତନ ଗୃହ ନିର୍ମାଣ, ପୁରୁଣା ଘର ଭାଙ୍ଗିବାର ବକେୟା ଅର୍ଥ ପ୍ରଦାନ ଗୁଡିକ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅଞ୍ଜନ କୁମାର ପଲାଇ, ସାରଦା ପ୍ରସନ୍ନ ନାଥ, ବୁଲୁ ସେଠୀ, ବେଣୁକର ବିଶ୍ୱାଳ, ସଂଯୁକ୍ତା ଦାସ ପ୍ରମୁଖ ସ୍କୁଲ କମିଟିର ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *