ଜିଲ୍ଲା ଅମଲା ମଂଚ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

କେନ୍ଦ୍ରାପଡା : ରାଜ୍ୟ ଅମଲା ମଂଚର ନିଷ୍ପତି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ଶାଖାର ଅମଲା ମଂଚ ତରଫରୁ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି । ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଦକ୍ଷତା ଭିତିରେ ବେତନ ସମୀକରଣ କରି ଦରମା ହାର ଲେବୁଲ ୪ ରୁ ଲେବୁଲ ୯କୁ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି ଉପସ୍ଥାପନ ସତ୍ୱେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ବାଧ୍ୟ ହୋଇ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ମିଳିତ ମଂଚର ସମସ୍ତ ସଦସ୍ୟ ଆଜି (୨୨/୦୫) ଠାରୁ ଆସନ୍ତା ୩୧/୦୫ ପର୍ଯ୍ୟନ୍ତ କଳା ବ୍ୟାଚ ପରିଦାନ କରିବେ । ସରକାର ଧାର୍ଯ୍ୟ ସମୟ ସୀମା ଭିତରେ ଅମଲା ମାନଙ୍କର ଦାବି ପୁରଣ ଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆସନ୍ତା ଜୁନ୍ ୧ ତାରିଖ ଠାରୁ ସମସ୍ତ ବିଭାଗର ଅମଲା ସାମୁହିକ ଭାବେ ସମୂହ ଛୁଟିରେ ରହିବେ । ଏହି ସମୟରେ ଜନ ସାଧାରଣଙ୍କ କାର୍ଯ୍ୟରେ ଉପୁଜିଥିବା ବାଧା ନିମିତ ସରକାର ଦାୟୀ ରହିବେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଧିର କୁମାର ସାହୁ, ଆବାହକ ଦିବାକର ମହାନ୍ତି, ଉପାଧ୍ୟକ୍ଷ ସୁଦର୍ଶନ ବେହେରା, ସୁଶାନ୍ତ ବଳ, ଅବିନାଶ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *