ସାଇକେଲରେ ଆସିଲେ ବର, ପରିବେଶ ପାଇଁ ସାଇକେଲରେ ଆସିଲେ ବରଯାତ୍ରୀ । ପଡ଼ିଲା ହାତଗଣ୍ଠି, ଯୁବପୀଢ଼ିଙ୍କ ପାଇଁ ବନିଲେ ଉଦାହରଣ  ।

Spread the love

କେନ୍ଦ୍ରାପଡ଼ା : ବର ସାଇକେଲ ଚଲାଇ ଗଲେ କନ୍ୟା ଘରକୁ ବାହା ହେବା ପାଁଇ,କେନ୍ଦ୍ରାପଡ଼ା ଜିଲ୍ଲା କନ୍ତିଆ ଗ୍ରାମର ଯୁବକ ରାକେଶ କୁମାର ସାଇକେଲ ଚଲାଇ କନ୍ୟା ଘରକୁ ବର ବେଶରେ ଯାଇ ବିଭାହେଲେ, ରାକେଶ କେନ୍ଦ୍ରାପଡ଼ା ଜିଲ୍ଲା କୁସୁନପୁର (ଗରଦପୁର) ର ରବୀନ୍ଦ୍ର ବାରିକ ଙ୍କ କନିଷ୍ଠ କନ୍ୟା ଭାଦ୍ରବି କୁ ବାହା ହେବା ପାଁଇ ସାଇକେଲ ରେ ନିଆରା ଢଙ୍ଗରେ ଝିଅ ଘର ଗାଁ ରେ ପଂହଁଚିଥିଲେ ଆଉ ଗ୍ରାମବାସୀ ଙ୍କୁ ଗଛ ଚାରା ବାଣ୍ଟିଥିଲେ, ରାକେଶ ପରିବେଶ କୁ କ୍ଷତି ନପଂହଁଚେଇବା ଲକ୍ଷରେ ଏମିତି କରିଛନ୍ତି ବୋଲି କହିଛନ୍ତି । ଡିଜେ, ବାଣ ଆଦିକୁ ନବ୍ୟବହାର କରି ପାରମ୍ପରିକ ବାଦ୍ୟ ବଜାଇ ବାହା ହୋଇଛନ୍ତି । ସାଇକେଲ ରେ ପ୍ଲାକାର୍ଡ ଲଗାଇ ପରିବେଶ କୁ କିପରି ସୁସ୍ଥ ରଖିପାରିବା ସେ ବିଷୟରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥିଲେ ।

ଆଜିର ଯୁବ ପିଢ଼ି ଅତ୍ୟାଧୁନିକ ବାଣ, ଡିଜେ, ଲାଇଟ ଆଉ ଦାମୀ କାର ରେ ବର ହେଇ ଆସି ବାହାହେବାକୁ ପସନ୍ଦ କରୁଥିବା ବେଳେ ରାକେଶ ଙ୍କ ଏପରି ନିଆରା ଚିନ୍ତାଧାରା କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଏପରି ଏକ ନିରାଡ଼ମ୍ବର ନିଆରା ବାହାଘରକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *