ବିକାଶରେ କେନ୍ଦ୍ରାପଡା କେତେ ଆଗୁଆ?

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରପାଳିକା ଟଉନ ହଲରେ ସମ୍ବାଦ କଟକ ସଂସ୍କରଣ ସ୍ୱନକ୍ଷତ୍ର ଆଲୋଚନା ଚକ୍ର ଆୟୋଜନା କରାଯାଇ ଥିଲା । ଏହି ଆଲୋଚନା ଚକ୍ରରେ କେନ୍ଦ୍ରାପଡାର ବହୁ ଜ୍ଞାନୀଗୁଣୀ, ବୁଦ୍ଧିଜୀବି, ସାମ୍ବାଦିକ ଭାଗ ନେଇଥିଲେ । ସାମ୍ବାଦିକ ସୁବ୍ରତ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସନ୍ତାଷ ପଣ୍ଡା ସଂଯୋଜନା କରିଥିଲେ । ଏହି ଆଲେଚନା ଚକ୍ରରେ ପର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲିକ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ବିଜେପି ମେତା ଭୁବନ ମୋହନ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ପୈାରସଂସ୍ଥା ଅଧ୍ୟକ୍ଷା ସରିତା ସାହୁ, ଡ଼ଃ ବାସୁଦେବ ଦାସ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଧିରେନ ସାହୁ, ସଂଜୟ କୁମାର ଜେନା, ଗୟାଧର ଧଳ, ରମଣୀ ରଞ୍ଜନ ରାଉତ, ଗଣେଶ ମେକାପ ପ୍ରଭୃତି ବହୁ ବ୍ୟକ୍ତି ଉପସ୍ଥିତ ରହି କେନ୍ଦ୍ରାପଡା ବିକାଶ ଉପରେ ବକ୍ତବ୍ୟ ରଖିଥିଲେ । ଧାନମଣ୍ଡଳ ରେ ଝୋଟ କଳ ସୁରେନ୍ଦ୍ର ନାଥ ଦ୍ୱିବେଦୀ ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଳିକଙ୍କ ସମୟରେ ଇରିଗେସନ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ହାତକୁ ନେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *