ଜାତୀୟ ସ୍ତରର ପ୍ରତିଯୋଗିତାରେ କୁନି ଧାବକ ପାଇଲେ ସ୍ୱର୍ଣ୍ଣ ପଦକ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳର ଦିଲାରପୁର ଗ୍ରାମ ବାସିନ୍ଦା କୋଚ ସୈାକତ ଖାନଙ୍କ ପୁଅ ସାହାଦତ ଖାନ(୭) ୫ କିମି ଦୈାଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜଣାପଡିଛି । ସ୍ଫୋର୍ଟ ଡେଭଲୋପ୍‌ମେଣ୍ଟ ଆଣ୍ଡ ପ୍ରମୋଶନ ଫେଡେରେଶନ ଅଫ ଇଣ୍ଡିଆ ତରଫରୁ ଗ୍ୱାଲିଅରରେ ଆୟୋଜିତ ୩ ଦିନିଆ ସର୍ବ ଭାରତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସାହାଦତ ଏହି କୃତିତ୍ୱ ହାସଲ କରିଛନ୍ତି । ଓଡିଶାରୁ ଏହି ପ୍ରତିଯୋଗିତା ରେ ୩୨ ଜଣ ଅଂଶ ଗ୍ରହଣ କରିଥିବା ବେଳେ ସାହାଦତ ସେମାନଙ୍କ ମଧ୍ୟେର ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଏହି ପଦକ ହାସଲ କରିଥିବାରୁ କ୍ରୀଡାବିତ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *