ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ହେବ ଆନ୍ଦୋଳନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ଗରଦପୁର ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ନେତା ନିତ୍ୟାନନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଅଶୋକ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିବା ପ୍ରକାଶ କରିଥିଲେ । ୨୦୧୯ ମସିହାରୁ ମହିଳା ନିର୍ମାଣ ଶ୍ରମିକ ମାନଙ୍କ ଦରଖାସ୍ତ ଫୋପାଡି ଦିଆଯିବା ସହ ପରିଚୟ ପତ୍ର ପ୍ରଦାନ କରାଯାଉ ନାହିଁ । ଦୀର୍ଘ ବର୍ଷ ଧରି ଶ୍ରମିକ ମାନଙ୍କ ଝିଅ ବାହାଘର ଅନୁଦାନ, ପିଲା ମାନଙ୍କର ପାଠପଢା ଖର୍ଚ୍ଚ, କୋଭିଡ ସହାୟତା, ସାଇକେଲ ଅନୁଦାନ, କୃଷି ସହାୟତା, ଯନ୍ତ୍ରପାତି ସହାୟତା, ମୃତ୍ୟୁକାଳୀନ ସହାୟତା, ରୋଗର ଚିକିିତ୍ସା ସହାୟତା ଆଦି ପ୍ରଦାନ କରାଯାଉ ନାହିଁ । ଯାହା ଫଳରେ ନିର୍ମାଣ ଶ୍ରମିକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଖୁବ ଶୀଘ୍ର ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ମନ୍ମଥ ପଣ୍ଡା, ସୀତାକାନ୍ତ ନାୟକ, ସୁକାନ୍ତ ବାରିକ, ଅଜୟ ସେଠୀ, ଶିବ ପ୍ରସାଦ ପରିଡା, ନିଳୟ ବେହେରା, ପ୍ରତାପ ବେହେରା, ମନୋରଞ୍ଜନ ବେହେରା ପ୍ରମୁଖ ବୈଠକରେ ସମର୍ଥନ କରି ନିଷ୍ପତି ନେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *