ଡେଲସା ପକ୍ଷରୁ କୋର୍ଟ ପରିସରରେ ବୃକ୍ଷ ରୋପଣ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୁମିତ୍ରା ସାହୁ, ପରିବାର ଅଦାଲତ ବିଚାରପତି ବିକାଶ ରଞ୍ଜନ ଦେଙ୍କ ସମେତ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରା ନନ୍ଦ ମହାନ୍ତି, ସମ୍ପାଦକ ଧନୁର୍ଧର ନାୟକ, ଚିରଞ୍ଜିବ ପଣ୍ଡା, ପୂର୍ବତନ ସମ୍ପାଦକ ସେକ ଅଜିମୁଦ୍ଦିନଙ୍କ ସମେତ ବନ ବିଭାଗର ରେଞ୍ଜ ଅଫିସର ରାଜେନ୍ଦ୍ର କୁମାର ସାମନ୍ତରାୟ, ବନପାଳ ସହଦେବ ସୁରି ପ୍ରମୁଖ ଉପସ୍ଥିତ ରହି କୋର୍ଟ ପରିସରରେ ଏବଂ କୋର୍ଟ ବାହାରେ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ରୋପଣ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *