କେନ୍ଦ୍ରାପଡା : ରାଜ୍ୟ ସମବାୟ ବିଭାଗ ତରଫରୁ ପଞ୍ଜିକରଣ ଥିବା ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହିନ ଋଣ ପ୍ରଦାନ କରିବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି (ପ୍ରଶିକ୍ଷଣ) ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିନିକିଆ କର୍ମଶାଳାରେ ସମବାୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ମାନ୍ୟବର ଅତନୁ ସବ୍ୟସାଚ୍ଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ କୋ-ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ତଥା ରେଜିଷ୍ଟାର ଓଡିଶା ସମବାୟ ସମିତିର ଉଦ୍ଧବ ଚନ୍ଦ୍ର ମାଝି, ରାଜ୍ୟ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଟିକେ ଦୋରା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରଭାତ କାନୁନଗୋଙ୍କ ସମେତ ସଂପାଦକ ପ୍ରମୁଖ ଯୋଗ ଦେଇ କେନ୍ଦ୍ରାପଡା ଜିଲ୍ଲାର ୪ଟି ବ୍ଲକ ତଥା ମାର୍ଶାଘାଇ, ମହାକାଳପଡା, କେନ୍ଦ୍ରାପଡା, ଗରଦପୁର ଅଂଚଳରେ ଥିବା କୃଷି ସମବାୟ ସମିତିର ପଞ୍ଜିକରଣ କରିଥିବା ଚାଷୀ ମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହିନ ଋଣ ପ୍ରଦାନ କରିବା, ସମସ୍ତ ସମବାୟ ସମିତିର ଭିତିଭୂମିକୁ ସୁଦୃଢ କରିବା, ସମିତିର ନିଜସ୍ୱ ଗୋଦାମ ଗୃହ କରିବା, କୃଷି ସମବାୟ ସମିତିର ସଂପାଦକ ମାନଙ୍କୁ କ୍ୟାଡର ଭୁକ୍ତ କରିବା, ସମସ୍ତ ଶାଖା ଗୁଡିକ କମ୍ପ୍ୟୁଟର କରଣ କରିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା । ଏହି କର୍ମଶାଳାରେ କେନ୍ଦ୍ରାପଡା କୃଷି ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା, ଅକ୍ଷୟ ପାଣି, ଦୁର୍ଗାଶିଷ ମହାନ୍ତି, ସଂପାଦକ ସେକ ସକିଲ ଅହେମ୍ମଦ, ହେମନ୍ତ ପାତ୍ର, ବୈରାଗୀ ସାହୁ, ଶ୍ର୍ରୀହର୍ଷ ମହାନ୍ତି, ପ୍ରଭଞ୍ଜନ ସାହୁ, ସୁବୋଧ ଲେଙ୍କା, କାଳନ୍ଦୀ ବିଶ୍ୱାଳ, ବିଜୟ କୁମାର ବାରିକ, ସମସ୍ତ ସଭାପତି, ସଂପାଦକ ଏବଂ ଡାଟାଏଣ୍ଟ୍ରି ଅପରେଟର ପ୍ରମୁଖ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now