କେନ୍ଦୁଝରରେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ:ନର୍ସରୀ ଭିତରେ ଭାଲୁ

Spread the love

କେନ୍ଦୁଝର : ଘଂଚ ଜଙ୍ଗଲ ପରିପୁର୍ଣ୍ଣ କେନ୍ଦୁଝର ଜିଲ୍ଲା ଏବେ ଧୀରେ ଧୀରେ ଜଙ୍ଗଲ ଶୂନ୍ୟ ହେବାକୁ ଯାଉଥିବା କାରଣରୁ ଏବେ ଜଙ୍ଗଲୀ ଜନ୍ତୁ ମାନଙ୍କର ସୁରକ୍ଷା ବିପନ୍ନ ହେବା ସହ ସେମାନଙ୍କ ପାଇିଁ ଖାଦ୍ୟର ଅଭାବ ଦେଖା ଦେଇଛି । ସେମାନଙ୍କର ଶାନ୍ତି ମଧ୍ୟ ନଷ୍ଟ ହେଉଛି । ବିଭିନ୍ନ କାରଣରୁ କେନ୍ଦୁଝରର ଜଙ୍ଗଲ ସଂପଦ ଉଦ୍‌ବେଗପୁର୍ଣ୍ମ ଭାବେ ହ୍ରାସ ପାଉଛି । ଯେଉଁଥିପାଇିଁ ସେମାନେ ଜନବସତି ମୁହାଁ ହେବାରେ ଲାଗିଛନ୍ତି । ଜଙ୍ଗଲର ବିରାଟକାୟ ଜନ୍ତୁ ହାତୀ, ଅନେକ ସମୟରେ ଠେକୁଆ, କୁଟରା ଭଲି ଜଙ୍ଗଲୀ ଜନ୍ତୁ ଗ୍ରାମାଚଂଳକୁ ପଶି ଆସୁଥିବା ଦେଖିବାକୁ ମିଳୁଛି । ଆଜି ସେଭଳି ଏକ ବିରାଟକାୟ ଭାଲୁ ସଦର ରେଞ୍ଜ ର ପଦ୍ମପୁର ଗ୍ରାମ ନିକଟ ଯୋଗୀମଠ ସେଟ୍ରାଂଲ ନର୍ସରା ଭିତରକୁ ଧସେଇ ପଶିଥିଲା । ଆଜି ସକାଳ ପ୍ରାୟ ପ୍ରାୟ ନଅଟା ସମୟରେ ଏକ ବିରାୟକାୟ ଜଙ୍ଗଲୀ ଭାଲୁକୁ ହଠାତ୍ ପଦ୍ମପୁର ନିକଟରେ ଦେଖିବାକୁ ମିଳିଥିଲା । ଲୋକମାନେ ପାଟି କିର ଭାଲୁଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଫଳରେ ଭୟଭୀତ ହୋଇ ଭାଲୁଟି ଯୋଗାମଠସ୍ଥିତ ସେଟ୍ରାଂଲ ନର୍ସରୀ ଭିତରକୁ ପଶି ଯାଇଥିଲା । ଭାଲୁଟି ଆସିବା ବାଟରେ ଜଣଙ୍କୁ ମଧ୍ୟ ରାମ୍ପୁଡି ଆହତ କରିଥିଲା । ଭାଲୁକୁ ଦେଖିବାକୁ ନର୍ସରୀ ନିକଟରେ ଲୋକଙ୍କର ଭିଡ ବଢିବା କାରଣରୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଅଂଚଳକୁ ସିଲ କରାଯାଇଛି । ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଟେକା ପଥର ମାରି ଭାଲୁକୁ ଉତ୍ୟକ୍ତ ନ କରିବାକୁ ସତର୍କ କରାଯାଇଛି । ଭାଲୁ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି । ଭାଲୁଟି ବର୍ତମାନ ସୁରକ୍ଷିତ ଅବସ୍ଥାରେ ରହିଛି । ଦିନ ସମୟରେ ଭାଲୁଟି କୁଆଡେ ଯାଇପାରିବ ନାହିଁ । ଏଣୁ ରାତି ହେଲେ ଭାଲୁଟି ସ୍ଥାନ ଛାଡି ଚାଲିଯିବ ବୋଲି ସଦର ରେଞ୍ଜର ବିଜୟ କୁମାର ମହାନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *