ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

Spread the love

କେନ୍ଦୁଝର : ରାଜ୍ୟ ଖାଦ୍ୟ ଆୟୋଗର ନୂତନ ଭାବରେ ନିଯୁକ୍ତ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଅଧ୍ୟକ୍ଷଙ୍କ ସହିତ ୟୁନିସେଫର ପରାମର୍ଶଦାତା ତମଲ ରେଜା ପରିଦର୍ଶନରେ ଆସିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କେନ୍ଦୁଝର ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କୁ ସାକ୍ଷ ।ତ କରି ଯୋଗାଣ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ଜିଲ୍ଲାର ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଂଟନର ପ୍ରକ୍ରିୟା ସମ୍ବନ୍ଧରେ ପଚାରି ବୁଝିଥିଲେ । ଆଲୋଚନା ପରେ କ୍ଷେତ୍ର ପରିଦର୍ଶନ ପାଇଁ ସଦର ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମପଂଚାୟତର ଖୁଚୁରା ବିକ୍ରୟ କେନ୍ଦ୍ରରେ ପହଂଚିଥିଲେ । ଗ୍ରାମପଂଚାୟତ ସରପଂଚ ଓ ପଂଚାୟତନିର୍ବାହୀ ଅଧିକାରୀ, ନରଣପୁରଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ସହ ଖାଦ୍ୟଶସ୍ୟ ବଂଟନ ସମ୍ବନ୍ଧରେ ଆଲୋଚନା କରିଥିଲେ । ବଂଟନ ସମୟରେ ଖାଦ୍ୟଶସ୍ୟର ମାନ ଓ ଓଜନର ସଠିକତା ପରଖିଥିଲେ । ତତ୍ପରେ ହଳଦିଆଟାଙ୍ଗୀରି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁମଙ୍ଗଳ ଯୋଜନା ଗୁଡିକର କାର୍ଯ୍ୟକାରିତା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ଅଧ୍ୟକ୍ଷ ଏହି ଗସ୍ତ ଅବସରରେ ଜିଲ୍ଲାପାଳ କେନ୍ଦୁଝର ଆଶିଷ ଠାକରେଙ୍କ ସହିତ ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *