ବିଶ୍ଵର ସର୍ବ ବୃହତ ରଥର ରହିଛି ନିଆରା ପରମ୍ପରା

Spread the love

KJR_GUINNESS BOOK RECORD RATHA_PKG

()ଗିନିଜ୍ ବୁକ ଅଫ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶ୍ଵର ସର୍ବ ବୃହତ ରଥର ରହିଛି ନିଆରା ପରମ୍ପରା । ଅନ୍ୟ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି ।

ବିଧି ଅନୁଯାୟୀ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୁଏ ରଥ ନିର୍ମାଣ କାର୍ଯ୍ୟ । କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କର ରଥ ନିର୍ମାଣ କାର୍ଯ୍ୟ ଏଥିରୁ ବାଦ ପଡ଼ିନାହିଁ । କେନ୍ଦୁଝରରେ ପ୍ରଭୁ ଶ୍ରୀ ବଳଦେବଜୀଉ ସ୍ୱୟଂ ରଥ ନିକଟରେ ବିରାଜମାନ ହୋଇ ରଥକାର୍ଯ୍ୟ ଆରମ୍ଭ କରିବାକୁ ଆଜ୍ଞା ଦେଇଥାନ୍ତି । ସନ୍ଧ୍ୟା ସମୟରେ ବିମାନ ଶୋଭାଯାତ୍ରାରେ ସୁଦର୍ଶନଙ୍କ ସହ ପ୍ରଭୁ ଶ୍ରୀବଳଦେବଜୀଉ ରଥ ନିକଟରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ମୂଖ୍ୟ ମହାରଣା ଆରମ୍ଭ କରିଥାନ୍ତି ରଥ ନିର୍ମାଣ କାର୍ଯ୍ୟ । ଯେହେତୁ କେନ୍ଦୁଝର ରଥ ନୂତନ ଭାବେ ନିର୍ମାଣ ହୁଏ ନାହି, କେବଳ ଏହା ମରାମତି ହୋଇଥାଏ, ଏଣୁ ଏହି ମରାମତି କାର୍ଯ୍ୟ ନେତ୍ରୋତ୍ସବ ପୂର୍ବରୁ ସମାପନ ହୋଇଥାଏ ।

ହଜାର ବର୍ଷ ପୁରୁଣା କେନ୍ଦୁଝରର ଜଗନ୍ନାଥ ସଂସ୍କୃତି ପରମ୍ପରା । ସେବେଠାରୁ ଚାଲି ଆସିଛି ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା । ୧୬୭୧ ମସିହାରେ କେନ୍ଦୁଝରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପରେ ୭୨ ଫୁଟ୍ ଉଚ୍ଚତା ଓ ୪୫ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ରଥ ନିର୍ମାଣ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା ନନ୍ଦିଘୋଷ ରଥ । ୮ ଫୁଟ୍ ଉଚ୍ଚତା ବିଶିଷ୍ଟ ୧୬ଟି ଚକ ଏହି ରଥରେ ଲାଗିଥାଏ । ଏହି ରଥକୁ ଟାଣିବା ପାଇଁ ଭୂୟାଁ , ଜୁଆଙ୍ଗମାନଙ୍କ ଦ୍ଵାରା ତିଆରି ସିଆଳି ଦଉଡ଼ି ବ୍ୟବହାର କରାଯାଏ । ରାଜାଙ୍କୁ ଏହି ଜନଜାତିଙ୍କ ଅନୁରୋଧକ୍ରମେ ରଥଯାତ୍ରା ପରେ ରଥକୁ ଖୋଲାଯାଏ ନାହିଁ । ସେମାନଙ୍କ ପାଇଁ ଅକ୍ଷୀତୃତୀୟା ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖରେ ରଥ ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି ।

ହଜାର ବର୍ଷ ପୁରାତନ ବଳଦେବଜୀଉଙ୍କ ରଥର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ବିଶ୍ଵର ସର୍ବ ବୃହତ ରଥ ଭାବେ ଗିନିଜ୍ ବୁକ ଅଫ ୱାଲର୍ଡ଼ ରେକର୍ଡ଼ରେ ବି ସ୍ଥାନ ପାଇଛି ଏହି ରଥ ।

ପାର୍ଥ ମିଶ୍ର ରିପୋର୍ଟ

Leave a Reply

Your email address will not be published. Required fields are marked *