ଭାରସାମ୍ୟ ହରାଇ ଓଲଟିଲା ବସ୍‌, ଅଳ୍ପକେ ବର୍ତିଲେ ଯାତ୍ରୀ

Spread the love

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତ୍ରିରେ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ସୂଚନା ମୁତାବକ, ଭୁବନେଶ୍ୱରରୁ ନମସ୍କାର ନାମକ ଏହି ବସଟି ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିଲା । ଗତକାଲି ରାତି ପାଖାପାଖି ୨ଟା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବସରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *