ଓଡ଼ିଶାଖୋର୍ଧାଶିକ୍ଷା/ଗବେଷଣା

ଡ୍ରେସକୋଡ ନପିନ୍ଧିଲେ କଡା କାର୍ଯ୍ୟନୁଷ୍ଠାନ

ଖୋର୍ଦ୍ଧା: ଡ୍ରେସକୋଡ ନପିନ୍ଧିଲେ ନିଆଯିବ କଡା କାର୍ଯ୍ୟନୁଷ୍ଠାନ । ଏନେଇ ଖୋର୍ଦ୍ଧା ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଜାରି କରିଛନ୍ତି ନିର୍ଦ୍ଧେଶନାମା । ପୁଣି କେତେକ ବିଇଓ ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ କାର୍ଯ୍ୟନୁଷ୍ଠାନ ନେଇ ତତ୍ପରତା ଦେଖାଇଛନ୍ତି । କିଛି ଦିନ ପୂର୍ବରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଦାବି ପୂରଣ ନିମନ୍ତେ ଡ୍ରେସକୋଡ ବର୍ଜନ କରିଥିବା ବେଳେ ଏଭଳି କଡା ନିର୍ଦ୍ଧେଶନାମା ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ।

ଶିକ୍ଷକ ଶିକ୍ଷୟତ୍ରୀମାନେ 3 ଦାବି ପୂରଣ ନିମନ୍ତେ ୟୁନିଫର୍ମ ବର୍ଜନ କରିଥିବାବେଳେ । ଏଭଳି ନିଷ୍ପତ୍ତି ରେ ଅସନ୍ତୋଷ ଅଛନ୍ତି ଶିକ୍ଷକ ଗଣ । ଜଟଣୀର ବିଇଓ ଜାରି କରିଥିବା ଏକ ନିର୍ଦ୍ଧେଶରେ କହିଛନ୍ତି ଯେ, ଗତ 23 ତାରଖରେ ଖୋର୍ଦ୍ଧା ଜିଲ୍ଲା ଡିଇଓ ଜଟଣୀର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ କେତକ ଶିକ୍ଷକ ଶିକ୍ଷୟତ୍ରୀ ଡ୍ରେସକୋଡ ପିନ୍ଧିନଥିଲେ ଯାହାକୁ ନେଇ ଡିଇଓ ସରକାରଙ୍କ ନିର୍ଦ୍ଧେଶ ପାଳନ କରିବାକୁ କହିଥିଲେ ।

Leave a Reply

Your email address will not be published.

Back to top button