ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅମଲାଙ୍କ ଧାରଣା

Spread the love

ଜୟପୁର : ତେଜୁଛି ମିଳିତ ଅମଲା ମଞ୍ଚ ଆନ୍ଦୋଳନ । କନିଷ୍ଟ ସହାୟକଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି କରୁଛି ସଂଘ । ଏହି ଦାବି ପୂରଣ ପାଇଁ ଅନେକ ଥର ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଦାବି ପତ୍ର ପ୍ରେରଣ କରିଛି ସଂଘ । କୌଣସି ସୁଫଳ ନମିଳିବାରୁ ବୁଧବାର ଠାରୁ ସମସ୍ତ ଅମଲା ସମୂହ ଛୁଟିରେ ରହିଛନ୍ତି । ଜୟପୁର ଉପଖଣ୍ଡ ର ସମସ୍ତ ଅମଲା ଏକ ଜୁଟ ହୋଇ ଜୟପୁର ଉପଜିପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଧାରଣା ରେ ଜୟପୁର ଉପଖଣ୍ଡର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୫୦ ରୁ ଉର୍ଦ୍ଧ୍ୱ ଅମଲା ସାମିଲ ହୋଇଛନ୍ତି । ଗତ ୨୨ତାରିଖ ଠାରୁ ସମସ୍ତ ଅମଲା ମାନେ କଳାବେର୍ଜ ପରିଧାନ କରି ଆସୁଛନ୍ତି । ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଅମଲା ସମୂହ ଛୁଟି ରହିବେ ବୋଲି ସୂଚନା ଦେଇଛନ୍ତି ଜିଲା ମିଳିତ ଅମଲା ମଞ୍ଚର ସଭାପତି ଶସିଭୂଷଣ ଦାଶ । ଅମଲାଙ୍କ ଛୁଟି କାରଣରୁ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗରେ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେବ । ଜିଲାର ରେ ବିଭିନ୍ନ ବିଭାଗର ୭୩୯ ଜଣ ଅମଲା ଛୁଟି ରେ ଯାଇଥିବା ଜଣା ପଡ଼ିଛି । । ଅମଲା ସଂଘ ର ଆନ୍ଦୋଳନ କୁ ରାଜ୍ୟ ମିଳିତ ଅମଲା ମଞ୍ଚ ସମର୍ଥନ କରୁଛି । ସରକାର ଆଲୋଚନା ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଲା ମିଳିତ ଅମଲା ମଞ୍ଚ ସଭାପତି ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *