ଜୟପୁର : ଗତକାଲି ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅମଲା ମାନେ କଳା ଦିବସ ପାଳନ କରୁଛନ୍ତି । ସମସ୍ତ ଅମଲା ମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି । ସରକାରଙ୍କ ନିକଟରେ ବାରମ୍ବାର ଦାବି ସତ୍ୱେ ସରକାର ଅମଲା ମାନଙ୍କ ଦାବି ପୁରଣ କରୁନଥିବାରୁ ମିଳିତ ଅମଲା ମଂଚ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ ଠାରେ ଗତକାଲି ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମିଳିତ ଅମଲା ମଂଚ ସଭାପତି କୋରାପୁଟ ଜିଲ୍ଲା ଶାଖା ଶଶୀଭୂଷଣ ଦାଶ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଉପଦେଷ୍ଟା ସୁନାକର ରାଉତ, ଉପଦେଷ୍ଟା ମନୋଜ କୁମାର ବାରିକ, ସମ୍ପାଦକ ନିତ୍ୟାନନ୍ଦ ଭତ୍ରାଙ୍କ ସମେତ ବିଭିନ୍ନ ବିଭାଗର ଅମଲା, ବରିଷ୍ଠ ସଦସ୍ୟ, କର୍ମକର୍ତା ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ ମିଳିତ ଅମଲା ମଂଚ ର ନିର୍ଦେଶ କ୍ରମେ ୨୨.୦୫.୨୦୨୩ ରିଖ ଠାରୁ ୩୧.୦୫.୨୦୨୩ ରିଖ ପଯ୍ୟନ୍ତ କଳାବ୍ୟାଚ ପରିଧାନ କରିବା ସହିତ ଜୁନ ୧ ରୁ ସମସ୍ତ ଅମଲା ମାନେ ସମୁହ ଛୁଟିରେ ରହିବା ନେଇ ସ୍ଥିର କରାଯାଇଥିଲା ।
ସେହି ଆଧାରରେ ଆଜି କୋରାପୁଟ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅମଲା ମାନେ କଳାବ୍ୟାଚ ପରିଧାନ କରିଥିବା ଦେଖିବାକୁ ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now