ଜାରି ରହିବ ଅମଲାଙ୍କ ଆନ୍ଦୋଳନ

Spread the love

ଜୟପୁର : ମୁଖ୍ୟ ଶାସନ ସଚିବ ଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ କର୍ମକର୍ତାଙ୍କୁ ନେଇ ରେଡକ୍ରସ ଭବନ ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଦାଶ ଅଧ୍ୟକ୍ଷ ରାଜ୍ୟ ମିଳିତ ଅମଲା ମଂଚ ଓଡ଼ିଶା ଙ୍କ ଆହ୍ୱାନ କ୍ରମେ ୩୦ ଗୋଟି ଜିଲ୍ଲାର ମିଳିତ ଅମଲା ମଂଚ ଅଧ୍ୟକ୍ଷ, ସଭାପତି ତଥା ଆବାହକ, ଓଡ଼ିଶା ଅମଲା ସଂଘ ର ସଭାପତି, ସମ୍ପାଦକ, କାର୍ଯ୍ୟ ନିର୍ବାହୀ ସଦସ୍ୟ, ଟ୍ରେଜେରି ସଂଘ ର କର୍ମକର୍ତା , ଉପ ନିବନ୍ଧକ ସଂଘର କର୍ମକର୍ତା, ରାଜ୍ୟ ରାଜସ୍ୱ , ରାଜ୍ୟ ଟ୍ରେଜେରି , ରାଜ୍ୟ କୋଷାଧ୍ୟକ୍ଷ ଓ ରାଜ୍ୟ ଓଡିଶା ଅମଲା ସଂଘର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନେ ଶତାଧିକ ମାତ୍ରା ରେ ଯୋଗଦାନ କରିଥିଲେ । ସେହିପରି କୋରାପୁଟ ଜିଲ୍ଲା ମିଳିତ ଅମଲା ମଂଚ ପକ୍ଷରୁ ଶ୍ରୀ ଶଶୀଭୂଷଣ ଦାଶ ସଭାପତି, ପ୍ରସନ୍ନ କୁମାର ନାୟକ ଅଧ୍ୟକ୍ଷ ସାନ୍ତୁନୁ କୁମାର ଜେନା ଓ ସତ୍ୟ ରଞ୍ଜନ ତ୍ରିପାଠୀ ସଦସ୍ୟ ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ଅମଲା ମାନଙ୍କ ଦୀର୍ଘ ଦିନର ଏକ ମାତ୍ର ଦାବି ସରକାର ପୂରଣ କରି ନଥିବା ଯୋଗୁଁ ସମଗ୍ର ୩୦ ଗୋଟି ଜିଲ୍ଲାର ୫୦ ହଜାର ଅମଲା ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ରହିବା ସହିତ କାର୍ଯ୍ୟ ବନ୍ଦ କରି ପ୍ରତି ଜିଲ୍ଲା ମୁଖ୍ୟାଳୟ ଠାରେ ଧାରଣା ଦେଇଥିଲେ ଏନେଇ ମୁଖ୍ୟ ଶାସନ ସଚିବ ସଂଘ କର୍ମକର୍ତାମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ଆଲୋଚନାରୁ କିଛି ସୁଫଳ ମିଳିନଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ତେଣୁ ପୁର୍ବ ପରି ଅମଲା ମାନେ ଛୁଟି ରେ ରହିବା ସହିତ ଆନ୍ଦୋଳନକୁ ଆହୁରି ତିବ୍ର କରିବା ନିମନ୍ତେ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *