ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଆଇନ ସଚେତନତା ଶିବିର

ଜୟପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୁଲ୍ୟରେ “କଠିନ ବର୍ଜ୍ୟବସ୍ତୁ ପରିଚାଳନା” ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ  ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କଠିନ ବର୍ଜ୍ୟବସ୍ତୁର ପରିଚାଳନା କିପରି କରାଯାଇ ତାହାର ସଦୁପଯୋଗ କରାଯିବ ସେହି ବିଷୟରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ । ଏହା ବ୍ୟତୀତ କଠିନ ବ୍ୟର୍ଜ ବସ୍ତୁ ଏବଂ ତରଳ ବର୍ଜ୍ୟବସ୍ତୁକୁ କିପରି ଅଲଗା ରଖି ତାହାର ନିଷ୍କାସନ କରାଯାଇ ପାରିବ ତାହା ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରୁଥିଲେ । ଏତତବ୍ୟତୀତ କିଶୋର ନ୍ୟାୟ (ଶିଶୁମାନଙ୍କର ଯନ ଓ ସୁରକ୍ଷା) ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ, କନ୍ୟା ସନ୍ତାନର ମହତ୍ୱ , ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଅଧିନିୟମ ଉପରେ ଅବଗତ କରିଥିଲେ । ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲୀଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିବେ ସେହି ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ଶେଷ ରେ ଆଈନ ସେବା ପ୍ରାଧିକରଣ ର ସଚିବ ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ଥତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲା ର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *