ଟି.ପି . ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

Spread the love

ଜୟପୁର : ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟି.ପି . ଦକ୍ଷିଣାଂଚଳ ଓଡ଼ିଶା ବିତରଣ ଲିମିଟେଡର ଡି.ଜି.ଏମ୍. ଶ୍ରି ମନ୍ମଥ ନାଥ ମିଶ୍ର ପରିବେଶରେ ବୃକ୍ଷର ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ବିଦ୍ୟୁତ କର୍ମଚାରୀଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଓ ଘରେ ପ୍ଲାଷ୍ଟିକର ଶୂନ୍ୟ ବ୍ୟବହାର କରି ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଅନୁରୋଧ କରିଥିଲେ । ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧନରେ ଉପରୋକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ସୌମ୍ୟ ରଞ୍ଜନ ଲେଙ୍କା ଓ ସୁଜିତ୍ କୁମାର ସ୍ୱାଇଁ । ପ୍ରମୁଖ ଉଚ୍ଚ ଅଧିକାରୀମାନେ ଥିଲେ ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ, ଏସ୍.ଟି.ଏସ. (ଏଚ୍.ଓ.ଜି ) ବିଶ୍ୱଜିତ୍ ମେଣ୍ଡୁଲି ଓ ପରିମଲ ପଲ,ରାଜେଶ କୁମାର ସାହୁ ,ସନ୍ଦିପ ପଟ୍ଟନାୟକ, ଜି. ରାଜ୍ ଶେଖର ,ରଶ୍ମି ରଞ୍ଜନ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଅନେକ ଚାରା ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *