ବନ୍ଦର ନଗରୀ ପାରାଦୀପ ଥାନା ପାଖ ସନ୍ତୋଷୀ ଲଜ୍ ଛାତ ଉପରେ ଯୁବକଙ୍କ ମୃତଦେହ । ଯୁବକଙ୍କର ନାମ ସୁମନ କୋନର । ତାଙ୍କ ଘର କଲିକତାରେ । ସେ ଗତ ତିନି ତାରିଖରୁ ଏକ କମ୍ପାନୀ ରେ କିଛି କାର୍ଯ୍ୟ କରିବା ପାଇଁ ଆସି ଏହି ଲଜ୍ ରେ ରହିଥିଲେ | ଗତକାଲି ବିଳମ୍ବିତ ରାତ୍ରିରେ ଲଜ୍ ର ଛାତ ଉପରେ ଥିବା ଏକ ପାଇପ ରେ ତାଙ୍କୁ କେହି ହତ୍ୟାକରି ଟାଙ୍ଗୀ ଦେଇଥିବା ଆଲୋଚନା ହେଉଛି | ତାଙ୍କ ଦୁଇ ଆଣ୍ଠୁ ଛାତରେ ଲାଗିଥିବା ବେଳେ ତାଙ୍କ ବେକରେ ପଡିଥିବା ଫାସ ମଧ୍ଯ ଢ଼ିଲା ରହିଛି । ସେପଟେ ପୋଲିସ ସାଇଣ୍ଟିଫିକ ଟିମ ଦ୍ଵାରା ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now