ଓଡ଼ିଶା

କୁନି ଝିଅ କହିଲା ବାପାର କଳା କାରନାମା

ଉମରକୋଟ: ନିଜର ଜନ୍ମ ଜାତ କୁନି ଝିଅର ରଙ୍ଗ କଳା ବୋଲି , ଦୀର୍ଘ ଦିନର ସନ୍ଦେହ ଓ ଅଶାନ୍ତି ଯୋଗୁଁ ସ୍ତ୍ରୀ କୁ ତଣ୍ଟିଚିପି ହତ୍ୟା କଲେ ସଇତାନ ସ୍ୱାମୀ। ପତ୍ନୀର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ନିର୍ଦ୍ଦୟ ସ୍ୱାମୀ। ପୁଲିସ ଆଗରେ ସବୁ ପୋଲ୍ ଖୋଲିଦେଲା କୁନି ଝିଅ। ହତ୍ୟାକାଣ୍ଡ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଘଟିଥିଲା ବେଳେ ଉଭୟଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକରେ।

ଜଣେ କୁନି ଝିଅ ତା ମାଆ ର ହତ୍ୟାର ଆଖିଦେଖା ଦୃଶ୍ୟ ପୋଲିସ  ଆଗରେ  ବୟାନ କରୁଛି। ଯାହାକୁ  ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କୁନି ଝିଅ ପୁଲିସ ଆଗରେ ବଖାଣିଛି ମା ମୃତ୍ୟୁ ର କାହାଣୀ। ମାଆ ହତ୍ୟାକାରୀ ଆଉ କେହି ନୁହନ୍ତି ତା ବାପା।  ଘଟଣା ଟି ଘଟିଛି ଆନ୍ଧ୍ର ପ୍ରଦେଶ ର କାକିନାଡ଼ା ରେ । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁ ର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ଙ୍କୁ ବାହା ହୋଇଥିଲେ।  କିଛି ଦିନ ଘର ସଂସାର ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ଯେତେବେଳେ ଲିପିକା ଏକ ଝିଅ ଜନ୍ମ ଦେଲେ ସେତେବେଳେ ଆରମ୍ଭ ହୋଇଥିଲା ବିବାଦ। ଜନ୍ମିତ ଝିଅର ରଙ୍ଗ କଳା ବୋଲି, ସେହି ଦିନଠାରୁ ସ୍ୱାମୀ ଓ ତାଙ୍କ ପରିବାର ପକ୍ଷରୁ ଆରମ୍ଭ ହେଲା  ଲିପିକା ପ୍ରତି ନିର୍ଯାତନା । ଏହାର ସମାଧାନ ଲାଗି କଥା ଯାଇଥିଲା ଗାଁ କମିଟିରୁ ନେଇ ଥାନା ଯାଏ ।  ଶେଷରେ ଗଲା ଜୁନ୍ ମାସରେ ସ୍ୱାମୀ ମାଣିକ ସ୍ତ୍ରୀ ଲିପିକା ଓ ଝିଅ ମାହି ଙ୍କୁ ନେଇ କାକିନାଡ଼ା ଯାଇଥିଲେ। ସେଠାରେ ମାଣିକ ସ୍ତ୍ରୀ ଲିପିକା କୁ ହତ୍ୟା କରିଥିଲା।

ଘଟଣା ସମ୍ପର୍କ ରେ ଖବର ପାଇ କାକିନାଡ଼ା  ପୋଲିସ ମାଣିକ ଓ ଲିପିକା ରହୁଥିବା ଘରେ ପହଞ୍ଚି ନିଜ ଆଡୁ ଏକ ମାମଲା ରୁଜୁ କରି ମାଣିକ ଙ୍କୁ ଗିରଫ କରିଥିଲା। ତେବେ ସବୁ ଠାରୁ ଆଶ୍ଚର୍ଯ୍ୟ ହେଉଛି ଅଢେଇ ବର୍ଷର ଝିଅ ପୋଲିସ୍ ସମ୍ମୁଖ ରେ ମୋ ବାପା ହିଁ ମୋ ମାଆକୁ ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଛି ଯାହାକି ପୋଲିସ କୁ ଆଶ୍ଚର୍ଯ୍ୟ କରିଦେଇଛି। ଲିପିକା ର ମୃତ୍ୟୁ ଖବର ପାଇ ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ା ଠାରେ ପହଞ୍ଚିଥିଲେ। ସେଠାରେ ଲିପିକାର ଶବ ବ୍ୟବଚ୍ଛେଦ ପରେ ତପନ ମଣ୍ଡଳଙ୍କୁ ହସ୍ତାନ୍ତର କରିଥିଲେ। ଶୁକ୍ରବାର ରାତିରେ ଝିଅର ମୃତ ଶରୀରକୁ ଆମ୍ବୁଲାନ୍ସ ରେ ଧରି କାରାଗାଁ ପହଞ୍ଚିଲେ ଲିପିକାର ବାପା ତପନ ମଣ୍ଡଳ।  ପ୍ରଥମେ ଲିପିକାଙ୍କ ମୃତ ଶରୀର ସ୍ୱାମୀର ଘର ସିଲାଟି ନିଆଗଲା ଓ ସେଠାରେ   ଶେଷ କୃତ୍ୟ ସଂପନ୍ନ ହୋଇଛି। ହତ୍ୟା ଘଟଣା କୁ ନେଇ ଲିପିକା ଙ୍କ ଭଉଣୀ ହତ୍ୟାକାରୀ ମାଣିକକୁ ଫାଶୀ ଦିଆଯାଉ ବୋଲି କହିବା ସହ କହିଛନ୍ତି ଯେ ତାକୁ ଆମ ପାଖରେ ଛାଡି ଦିଆଯାଉ ତାକୁ ଆମେ ଦଣ୍ଡ ଦେବୁ  ବୋଲି କହିଛନ୍ତି। ସେପଟେ ଲିପିକା ଙ୍କ ଅଢେଇ ବର୍ଷ ର ଝିଅର ଭବିଷ୍ୟତ କିପରି ଗଢ଼ିବେ ସେହି ଚିନ୍ତା ଘାରିଛି ସଭିଙ୍କୁ।

କେତେ ହୃଦୟ ବିଦାରକ ସତରେ ଏହି ଘଟଣା। କୁନି ଝିଅଟି ଆଗରେ ପତ୍ନୀକୁ ତଣ୍ଟି ଚିପି ମାରିଦେଲା ବାପା। ମାଆ ଛଟପଟ ହୋଇ ମରୁଥିଲା ବେଳର ଟିକିନିଖି ସବୁ ଦୃଶ୍ୟ ଆଜି ବି ଜୀବନ୍ତ ଅଛି ତା ଆଖିରେ ଓ ମନରେ। କି ବିଡ଼ମ୍ୱନା।

ସଞ୍ଜିତ ବିଶ୍ୱାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button