ଯନ୍ତ୍ରଣାରେ ଛଟପଟ କୁନି ଝିଅକୁ ସାହା ହେବ କିଏ?

Spread the love

ନବରଙ୍ଗପୁର: ମୁଁହରେ ବଢ଼ି ଚାଲିଛି ଏକ ମାଂସ ପିଣ୍ଡୁଳା । ଯନ୍ତ୍ରଣାରେ ଛଟପଟ ହୋଉଛି ଶିଶୁଟି । କିନ୍ତୁ ଅର୍ଥାଭାବରୁ ତାର ଅସ୍ତ୍ରେରପଚାର ହୋଇପାରୁନି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅମଲିଯୋଡ଼ି ଗାଁରେ ।

କୁନି ଝିଅର ମୁହଁରେ ଏକ ମାଂସ ପିଣ୍ଡୁଳା ବଢ଼ି ବଢ଼ି ଚାଲିଛି । ଝିଅଟି ଯନ୍ତ୍ରଣା ପାଉଥିଲେ ବି କିଛି କହି ପାରୁନି । ମାଂସ ପିଣ୍ଡୁଳାଟି ବଢ଼ି ଚାଲିଥିବାରୁ ତା ପ୍ରଭାବ ଆଖି ଉପରେ ପଡୁଛି ଏବଂ ଝିଅଟି ଠିକରେ ଦେଖିପାରୁ ନାହିଁ କିମ୍ବା ଖାଇ ପାରୁନାହିଁ । ଏହି କୁନି ଝିଅଟି ହେଲା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅମଲିଯୋଡ଼ି ଗ୍ରାମର । ଝିଅଟିର ନାଁ ଧନିତା ଗୌଡ଼ । ଜନ୍ମରୁ ଧନିତାଙ୍କ ମୁହଁରେ ଏକ ଛୋଟ ମାଂସ ପିଣ୍ଡୁଳା ରହିଥିଲା । ବୟସ ବଢିବା ସାଙ୍ଗକୁ ମାଂସ ପିଣ୍ଡୁଳାଟି ଧୀରେ ଧୀରେ ବଢ଼ିବାରେ ଲାଗିଛି ।

କୁଲି ମଜୁରୀ କରି ଚଳୁଥିବା ବାପା ମାଁ ପ୍ରଥମେ ଧନିତାକୁ ଉମରକୋଟ ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ବାପା ମାଁଙ୍କ ପାଖରେ ଅର୍ଥାଭାବ ଯୋଗୁଁ ତାକୁ ଚିକିତ୍ସା ପାଇଁ କଟକ ନେବା ସମ୍ଭବ ହୋଇ ପାରୁନାହିଁ । କିନ୍ତୁ ନୀଳାମ୍ବରଙ୍କୁ ମିଳିଛି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ କାର୍ଡ । ତାକୁ ଭରଷା କରି ଝିଅକୁ ଚିକିତ୍ସା କରିବାକୁ ନେବେ ବୋଲି କହିଛନ୍ତି ନୀଳାମ୍ବର। କିନ୍ତୁ ଯିବା ଆସିବା , ରହିବା ଓ ଖାଇବା ଖର୍ଚ୍ଚ ପାଇଁ ପାଖରେ ନାହିଁ ଅର୍ଥ । ସରକାର ସାହାଯ୍ୟ କଲେ ହିଁ ଝିଅ ଭଲ ହୋଇପାରିବ ବୋଲି ଆଶା ରଖିଛନ୍ତି ନୀଳାମ୍ବର ।

ଧନିତାର ଉତ୍ତମ ଚିକିତ୍ସା କିପରି ହୋଇପାରିବ ଏବଂ ତାକୁ କିପରି କଟକ ପଠାଯାଇପାରିବ ସେ ସମ୍ପର୍କରେ ଆମେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେରଙ୍କୁ ପଚାରିଥିଲୁ । ଧନିତାଙ୍କ ବିଷୟରେ ସେ ଆମଠୁ ଖବର ପାଇବା ସହ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରକାଶ କରିଛନ୍ତି ।

ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ ଗରିବ ବ୍ୟକ୍ତି ପ୍ରତି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନାହିଁ । ଯାହା ଫଳରେ ଗରିବ ବ୍ୟକ୍ତି ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କୁନି ଝିଅକୁ ଜିଲ୍ଲା ପ୍ରଶାସନ ଆନ୍ତରିକତାର ଗ୍ରହଣ କଲେ ଝିଅଟି ଭଳ ହୋଇ ଯିବ ବୋଲି ଆଶା ବାନ୍ଧିଛନ୍ତି ପରିବାର ବର୍ଗ।

ସଞ୍ଜିତ କୁମାର ବିଶ୍ଵାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *