ରାଜ୍ୟରେ ମାଡି ଚାଲିଛି ଲମ୍ପି ଭାଇରସ

() ରାଜ୍ୟରେ ବ୍ୟାପିବାରେ ଲାଗିଛି ଲମ୍ପି ଭାଇରସ । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଏହି ଭୂତାଣୁଜନିତ ରୋଗ । ପ୍ରାୟ ୧୦ହଜାରରୁ ଅଧିକ ଗାଈଗୋରୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି।

ଗାଈ ଗୋରୁଙ୍କୁ ବ୍ୟାପୁଥିବା ଲମ୍ପି ଭାଇରସ ରୋଗକୁ ନେଇ ଏବେ ଚିନ୍ତାରେ ସରକାର । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏହି ଭୂତାଣୁ ଜନିତ ରୋଗ ବ୍ୟାପିବାରେ ଲାଗିଛି । ଝାରସୁଗୁଡ଼ାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଲଖନପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କେର ଗାଈଗୋରୁ ଲମ୍ପି ଭାଇରସରେ ଶିକାର ହୋଇଥିବା ନଜର ଆସିଛି । ତେବେ ଝାରସୁଗୁଡ଼ା ସିଡିଭିଓ ଙ୍କ କହିବା ମୁତାବକ, ବର୍ତ୍ତମାନ ଜିଲ୍ଲାର ଗାଈଗୋରୁଙ୍କ ସ୍ଥିତି ଠିକ ରହିଥିବା ବେଳେ ସୁରକ୍ଷା ପାଇଁ ଭ୍ୟାକ୍ସିନ ବ୍ୟବସ୍ଥା କରାଯାଇଛି ।

ସେପଟେ ମାଲକାନଗିରି ଜିଲ୍ଲାରେ ଗାଈ ଗୋରୁଙ୍କ ନିକଟରେ ରୋଗର ଲକ୍ଷଣ ଦେଖିବାକୁ ମିଳିନଥିଲେ ମଧ୍ୟ ବିଭାଗ ଏଥିପ୍ରତି ସଜାଗ ରହିଛି। ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ୨ହଜାର ଟୀକା ଯୋଗାଇ ଦିଆଯାଇଛି । ଜିଲ୍ଲାର 7ଟି ବ୍ଳକରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ରୋଗ ନ ବ୍ୟାପିବା ନିମନ୍ତେ ଜିଲ୍ଲା ବାହାରୁ କି ହାଟକୁ ଗାଈଗୋରୁ ଙ୍କୁ ନଯିବା ପାଇଁ ସଚେତନ କରାଯାଉଛି ବୋଲି ଜିଲ୍ଲା cdvo କହିଛନ୍ତି।

ଲମ୍ପି ଭାଇରସରେ ସଂକ୍ରମିତ ହେଲେ ଗାଈଗୋରୁଙ୍କ ଶରୀରର ଆବୁ ବାହାରୁଛି । ଯାହା ଫାଟି ଯାଇ ଘା ସୃଷ୍ଟି କରିବା ସହ ଆକ୍ରାନ୍ତ ଗାଈଗୋରୁ ଜ୍ବରରେ ପଡିଥାଆନ୍ତି । ତେବେ ଏହି ରୋଗରେ ମୃତ୍ୟୁ ହେଉନଥିଲେ ମଧ୍ୟ ଚାଷୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *