ଉଚ୍ଚତର ଚିକିତ୍ସା ପରେ ଏବେ ଚାଲିପାରୁଛି ସାଇ ଗୋଲରୀ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହୁକୁମା ଦୁର୍ଗାଗୁଡ଼ି ସାହିର ସାଇ ଗୋଲରୀ । ଦୁଇ ବର୍ଷ ପୂର୍ବେ ଏକ ପାଳ ଗଦାରେ ପିଲାମାନଙ୍କ ସହ ଖେଳିବା ସମୟରେ ଗୋଡ଼ରେ ନିଆଁ ଲାଗିଯାଇଥିଲା। ତୁରନ୍ତ ପରିବାର ଲୋକେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। କିନ୍ତୁ, ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ପିଲାର ଦୁଇଟି ଗୋଡର ଜଂଘ ଓ ଗୋଡ଼ର ମାଂସ ଲାଗିଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ଚାଲି ପାରିଲାନାହିଁ ସେ। ଦୁଇ ବର୍ଷରୁ ଅଧିକ ସମୟ ହେବ ଆର୍ଥିକ ଅସୁବିଧା ଯୋଗୁଁ ଘର ଲୋକ ଆଉ କୌଣସି ମେଡିକାଲକୁ ମଧ୍ୟ ନେଇ ପାରିଲେ ନାହିଁ।

ଏହି ଖବର ପୋଲିସରେ କାର୍ଯ୍ୟରତ ଜଣେ ସିପାହୀ ଭୀମସେନ ଖିଲ ଶୁଣିବା ପରେ ତାଙ୍କ ଘରକୁ ଯାଇ ସାଇକୁ ଦେଖି ସମ୍ପୂର୍ଣ୍ଣ ଅନୁଧ୍ୟାନ କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ହରିବନ୍ଧୁ ଦେଶୀନାୟକ ଏବଂ ମାଥିଲି ମେଡିକାଲରେ କାର୍ଯ୍ୟରତ ଫାର୍ମାସିଷ୍ଟ ରଞ୍ଜନ କୁମାର ଭୂୟାଁଙ୍କୁ ଜଣାଇଥିଲେ।

ମାଲକାନଗିରି ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ ଅଫିସ ସମ୍ପୂର୍ଣ୍ଣ ସହଯୋଗ କରି ତାର ଉଚ୍ଚତର ଚିକିତ୍ସା ପାଇଁ ପଠାଇଥିଲେ ଏବଂ ଗରିବ ପରିବାରକୁ ଆର୍ଥିକ ସହଯୋଗ ପୋଲିସରେ କାର୍ଯ୍ୟରତ ରାଜାଭାଇ ଓ ସମାଜସେବୀ ଚିଟି ଭାଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସାଇ ଗୋଲରୀ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ହୋଇ ଏବେ ଘରକୁ ଆସି ବର୍ତ୍ତମାନ ଚାଲି ପାରୁଥିବାରୁ ତାଙ୍କ ଘର ଲୋକ ବହୁତ ଖୁସି ଅଛନ୍ତି। ଏବଂ ସମସ୍ତଙ୍କୁ ଓ ଓଡ଼ିଶା ସରକାରଙ୍କୁ ଏମିତି ସୁବିଧା ଦେଇଥିବାରୁ ଖୁସିରେ ଭାବବିହ୍ଵଳ ହୋଇ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *