ମାଲକାନଗିରି : ବିଶ୍ୱାସ ମନେ ନହେଉଥିଲେ ମଧ୍ୟ ସତ ଆନ୍ଧ୍ର ଓଡିଶା ସୀମାନ୍ତ ମାଓ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ରାଲେଗଡା ପଂଚାୟତ ର ଦୁର୍ଗମ ଗ୍ରାମରେ ଦେଖିବାକୁ ମିଳିଛି ଛୋଟ ପିଲାମାନଙ୍କ ଏକ ନିଆରା ଖେଳ । ରାଲେଗଡା ଗ୍ରାମରେ ଖେଳ ପଡ଼ିଆ ଟିଏ କି ନିତ୍ୟ ବିନୋଦନ ପାଇଁ ଖେଳ ସାମଗ୍ରୀ ନଥିବାରୁ ଖରା ଛୁଟିରେ ପିଲାମାନେ ଭିନ୍ନ ଉପାୟରେ ଖେଳୁଛନ୍ତି ନିଆରା ଖସଡ଼ା ଖେଳ । ଗଡ଼ାଣି ପାହାଡ଼ରେ ଟିଣ ଉପରେ ଖେଳୁଛନ୍ତି ଖସଡ଼ା ଖେଳ । ଜଣକ ପରେ ଜଣେ ଟିଣ ଉପରେ ବସିକରି ଖେଳୁଥିବାର ଦୂଶ୍ୟ ଦେଖିବାକୁ ମିଳୁଛି । ଟିଣ ଉପରେ ବସି ପାହାଡ ଖସଡ଼ା ଖେଳିବାରେ ବିପଦ ଥିଲେ ମଧ୍ୟ ପିଲାମାନେ ଟିକିଏ ଆନନ୍ଦ ପାଇଁ ବିକଳ୍ପ ବ୍ୟବସ୍ଥା ନଥିବାରୁ ଖେଳୁଛନ୍ତି କ୍ଷ ଏବେବି ଆଧୁନିକ ସଭ୍ୟତା ଠାରୁ ବହୁ ଦୂରରେ ରହି ପାରମ୍ପରିକ ଜ୍ଞାନ କୌଶଳ କୁ ଆପେଣେଇ ନିଜର ଖୁସି ମେଂଟାଉଛନ୍ତି ଆଦିବାସୀ ବହୁଳ ପିଲାଏ । ଗ୍ରାମରେ ଏକ ଖେଳପଡ଼ିଆ ଓ ପିଲାକୁ ଖେଳ ସାମଗ୍ରୀ ପ୍ରଶାସନ ତରଫରୁ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now