Malkangiri

ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଉଦ୍ଧାର

ମାଲକାନଗିରି : ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାର ରେ ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ ଦୁଇ ଜଣ ଉଦ୍ଧାର । ଡାଇକ-3 ଗାଁ ର 3 ଜଣ ମାଛ ଧରିବା ପାଇଁ ସିଙ୍ଗରାମ ରୁ ଫେରିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ତିନି ଜଣ ଜଳ ଭଣ୍ଡାର ଭିତରେ ବୁଡି ଯାଇଥିଲେ।ଭୀଷଣ ପବନ ବର୍ଷା ଯୋଗୁଁ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ଥିଲା । ଦୁଇ ଜଣ ହରି ସଗରିଆ ଏବଂ କୈଳାସ ନାୟକ କୌଶଳ କ୍ରମେ ପହଁରି ପହଁରି କୁଳ କୁ ଆସିଥିଲେ।କୃପା ବେନିଆ ନାମକ ବ୍ୟକ୍ତି ଏବେବି ନିଖୋଜ ଅଛି।ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button