ମାଲକାନଗିରି ଜିଲ୍ଲାରେ କାଳ ବୈଶାଖିର ତାଣ୍ଡବଲୀଳା, ବ୍ୟାପକ କ୍ଷୟକ୍ଷତି

Spread the love

ମାଲକାନଗିରି : ଗୁରୁବାର ସନ୍ଧ୍ୟାରେ ଓ ଶୁକ୍ରବାର ଅପରାହ୍ନରେ ମାଲକାନଗିରି ଜିଲ୍ଲା କାଲିମେଳା, ପଡିଆ ଓ କୋରକୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ କାଳ ବୈଶାଖିର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ଅନେକ ପଂଚାୟତ ଘର ଭାଙ୍ଗିବା ସହ ରାଜ ରାସ୍ତାରେ ଗଛ ଉପୁଡି ରାସ୍ତା ହୋଇଛି ଅବରୋଧ ।ଲୋକ ମାନଙ୍କ ଘର ଛପର ଉଡିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଥିବା ଜଣା ପଡ଼ିଛି ।ବିଶେଷ କରି ପଡିଆ ବ୍ଲକସ୍ଥ ମାଟେରୁ, ନିଲିଗୁଡା, ଧର୍ମପାଲି, ଇରାଲଗୁଣ୍ଡି, ପ୍ରଶନପାଲି, ଗ୍ରାମରେ ଆମ୍ବ ମହୁଲ ଗଛ ଉପୁଡି ପଡି ଅନେକ ଘର ଭାଙ୍ଗି ଯାଇଛି । ସେହିପରି କାଲିମେଳା ବ୍ଲକର କୋଇମେଟଲା ପଂଚାୟତ ସଦର କୋଇମେଟଲା ଗ୍ରାମରେ ଭିମା ମାଢି, ଗଙ୍ଗା ମାଡକାମୀ, ସହ ଗ୍ରାମର ମାଢି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ମନ୍ଦିର ସମ୍ପୂର୍ଣ ଛପର ଉଡିଯାଇ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସେହିପରି ଗ୍ରାମର ଅନେକ ଲୋକଙ୍କ ଘର ଛପର ଉଡି ଯାଇଥିବା ଅନୁମାନ କରାଯାଇଛି , କିନ୍ତୁ ସଠିକ ତଥ୍ୟ ମିଳି ପାରି ନାହିଁ ।ସେହିପରି କୋଇ ମେଟଲା ପାଖ ଗ୍ରାମ ଏମପିଭି ୬୨ଗ୍ରାମର ମୋହନ ମିସ୍ତ୍ରୀ, ବିଜୟା ନନ୍ଦ ମଣ୍ଡଳ, ମାଣିକ ରାୟଙ୍କ ଘର ଉଡିଯିବା ସହ ଭାଙ୍ଗି ଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇ ଥିବା ଅନୁମାନ କରାଯାଇଛି । କାଲିମେଳା ତହସିଲଦାର ଚଇନୁ ଗଣ୍ଡ ଖବର ପାଇ ତୁରନ୍ତ ଆରଆଇଙ୍କୁ ଗ୍ରାମକୁ ପଠାଇ ଲୋକ ମାନଙ୍କ ସହାୟତା ନିମନ୍ତେ ପଲିଥିନ ପ୍ରଦାନ କରାଯାଇଥିବା ଜଣାଯାଇଛି ।ସେହିପରି କୋଇ ମେଟଲା ପାଖ ଗ୍ରାମ ଏମପିଭି ୬୨ଗ୍ରାମର ମୋହନ ମିସ୍ତ୍ରୀ, ବିଜୟା ନନ୍ଦ ମଣ୍ଡଳ, ମାଣିକ ରାୟଙ୍କ ଘର ଉଡିଯିବା ସହ ଭାଙ୍ଗି ଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇ ଥିବା ଅନୁମାନ କରାଯାଇଛି । କାଲିମେଳା ତହସିଲଦାର ଚଇନୁ ଗଣ୍ଡ ଖବର ପାଇ ତୁରନ୍ତ ଆରଆଇଙ୍କୁ ଗ୍ରାମକୁ ପଠାଇ ଲୋକ ମାନଙ୍କ ସହାୟତା ନିମନ୍ତେ ପଲିଥିନ ପ୍ରଦାନ କରାଯାଇଥିବା ଜଣାଯାଇଛି ।

କାଳ ବୈଶାଖିର ପ୍ରଭାବରେ ତେଲେରାଇ ପଂଚାୟତ, ଟିଗଲ ପଂଚାୟତ, ବିଭିନ୍ନ ଗ୍ରାମ ପ୍ରଭାବିତ ହୋଇ ଥିବା ଖବରରୁ ଜଣା ଯାଇଛି । ଏହା ସହ ପଡିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ସ୍ଥାନ ମାନଙ୍କରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଥିବା ବେଳେ ଅଗ୍ନି ଶ୍ରମ ବାହିନୀ ପକ୍ଷରୁ ରାତ୍ର ପର୍ଯ୍ୟନ୍ତ ଗଛ ଗୁଡିକୁ କାଟି ରାସ୍ତା ସଫା କରା ଯାଉଥିବା ଜଣା ଯାଇଛି । ଆଜି ଅପରାହ୍ନରେ ମାଲକାନଗିରି ବ୍ଲକସ୍ଥ ଶିଖପାଲି, ଟିଟିବିରି, ଗୋରଖୁଂଟା, ପାହାଡ ଗୁଡା,ଚଳନଗୁଡ଼ା ବିଭିନ୍ନ ଗ୍ରାମ କାଳ ବୈଶାଖୀର ତାଣ୍ଡବର ସମ୍ମୁଖୀନ ହୋଇ ଘର ଦ୍ୱାର ଉଡାଇ ନେବା ସହିତ ଅନେକ ଗଛ ଉପୁଡି ପଡିଛି ।

Leave a Reply

Your email address will not be published. Required fields are marked *