ମାଲକାନଗିରି : ବ୍ରହ୍ମାକୁମାରୀ ମାଲକାନଗିରି ପକ୍ଷରୁ ମାଲକାନଗିରି ସରକାରୀ ପଲିଟେକନିକ ଠାରେ ଏକ ଆଲୋଚନାଚକ୍ର ଗତକାଲି ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ବି.କେ. ଡ. ରୀନା ଦିଦି ଜୀ (ଆଧ୍ୟାତ୍ମିକ ଆଇକନ, ପ୍ରେରଣାଦାୟୀ ବକ୍ତା , ଭୋପାଳ(ଏମ.ପି.), ବି.କେ ରାହୁଲ ଜୀ (ପ୍ରଶାସନିକ ଅଧ୍ୟାପକ, ଭୋପାଳ (ଏମ.ପି.), ବି.କେ ରିଚା ଦିଦି ଭୋପାଳ (ଏମ.ପି.), ବି. କେ. ଜୟନ୍ତୀ ଦିଦି (ମାଲକାନଗିରି ସେଣ୍ଟର ଇନଚାର୍ଜ), ବି.କେ. ଗିରିଶ ଭାଇ, ବ୍ରହ୍ମକୁମାରୀ ଉପସ୍ଥିତ ଥିଲେ. ଏହି କାର୍ୟ୍ୟକ୍ରମକୁ ବି.କେ. ରାହୁଲ ଜୀ ଆରମ୍ଭ କରିଥିଲେ, ଯିଏକି ବ୍ରହ୍ମାକୁମାରୀଙ୍କ ଭୂମିକା ବିଷୟରେ କହିଥିଲେ, ଯାହା ବିଶ୍ଵର ସବୁଠାରୁ ବଡ ଆଧ୍ୟାତ୍ମିକ ସଙ୍ଗଠନ ବୋଲି କୁହାଯାଏ। ପରବର୍ତ୍ତୀ ସମୟରେ ବି. କେ. ଡ. ରୀନା ଦିଦି, ୪ସି (ତୁଳନା, ଅଭିଯୋଗ, ସମାଲୋଚନା ଓ ଅସାବଧାନତା), ମାନବ ଜୀବନରେ ଧ୍ୟାନ, ଯୋଗ ଓ ଆଧ୍ୟାତ୍ମିକତାର ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବି.କେ. ରିଚା ଦିଦି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ କିଛି ଆକ୍ଟିଭିଟି ପରିବେଷଣ କରିଥିଲେ। ଜୀବନରେ ଟେନସନ୍ ନୁହେଁ, ଧ୍ୟାନ ଦେବା ପାଇଁ ଜୟନ୍ତୀ ଦିଦି ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଇଥିଲେ। ଆମ ସମାଜରେ ବ୍ରହ୍ମାକୁମାରୀ ମାନଙ୍କର ଗୁରୁତ୍ଵ ସମ୍ପର୍କରେ ଡ. ରଞ୍ଜନ କୁମାର ସ୍ଵାଇଁ (ଏଚ.ଓ.ଡି, ବାଣିଜ୍ୟ ବିଭାଗ , ମାଲକାନଗିରି ମହାବିଦ୍ୟାଳୟ) ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟକ୍ଷ ଜ୍ଞାନରଞ୍ଜନ ଦାଶ କହିଥିଲେ ଯେ, ବର୍ତ୍ତମାନ ଜୀବନରେ ଉନ୍ନତି ପାଇଁ ସମସ୍ତ ଛାତ୍ରଛାତ୍ରୀ ହନୁମାନ ଚାଳିଶା, ଗୀତା, ରାମାୟଣ ଆଦି ପାଠ କରିବା ଆବଶ୍ୟକ ଏବଂ ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now